Latest Odisha News

BREAKING NEWS

ଓଏସଏସ ପକ୍ଷରୁ ଜିତେନ୍ଦ୍ର ହରିପାଲଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ଆୱାଡ଼ ପ୍ରଦାନ

ସିଙ୍ଗାପୁର : ଓଡ଼ିଆ ସୋସାଇଟି ଅଫ ସିଙ୍ଗାପୁର (ଓଏସଏସ) ପକ୍ଷରୁ ଆନ୍ଦନ ଓ ଉତ୍ସାହର ସହ ଅନଲାଇନ ମାଧ୍ୟମରେ ଉତ୍କଳ ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ ଆଇସିସିଆର ମହା ନିର୍ଦ୍ଦେଶକ ଦିନେଶ କେ. ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ସେ ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଶାନ୍ତିପ୍ରେମୀ ମାନସିକତା ଉପରେ ଆଲୋକପାତ କରିଥିଲେ।

ଆଉ ଏକ କାର୍ଯ୍ୟକ୍ରମରେ ଆଲୋକ ପଣ୍ଡାଙ୍କ ସହ ଏକ ସାକ୍ଷାତକାର ମାଧ୍ୟମରେ ସମ୍ମାନିତ ଅତିଥି ଭାବରେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଯୋଗ ଦେଇଥିଲେ ଏବଂ ଜୀବନବ୍ୟାପି ସଙ୍ଗୀତ କ୍ଷେତ୍ରରେ ବିଶେଶ ଅବଦାନ ପାଇଁ ତାଙ୍କୁ ଓଏସଏସ ପକ୍ଷରୁ ଲାଇଫଟାଇମ ଆଚିଭମେଣ୍ଟ ଆୱାଡ଼  ପ୍ରଦାନ କରାଯାଇଥିଲା ।

ଅନ୍ୟ ଏକ କାର୍ଯ୍ୟକ୍ରମରେ ଶରତ ମହାନ୍ତିଙ୍କ ସହ ଏକ ସାକ୍ଷାତକାରରେ ହକି ଖେଳାଳୀ ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ଯୋଗ ଦେଇ   ଭାବରେ  ଅନୁଭୂତି ବାଣ୍ଟିଥିଲେ।

ଏହି କାର୍ଯ୍ୟକ୍ରମରେ ଓଏସଏସ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା ଓ ଗୁରୁ ସସ୍ମିତା ସାମଲଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମଟି ଓଏସେସ ସଭାପତି ଆଲୋକ ପଣ୍ଡାଙ୍କ ସ୍ୱାଗତ ଭାଷଣ ସହ ଆରମ୍ଭ ହୋଇଥିବା ବେଳେ ଯୁବ ସଦସ୍ୟ ଆଦିତ୍ୟ ମିଶ୍ର ସଞ୍ଚାଳନ ଦାୟିତ୍ୱ ନେଇଥିଲେ। କାର୍ଯ୍ୟକ୍ରମ ଶେଷରେ ସୁବ୍ରତ ନାୟକ ଏବଂ ଶୁଭଦୀପ୍ତା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.