Latest Odisha News

BREAKING NEWS

ଗୁରୁ ଘନଶ୍ୟାମଙ୍କୁ ବାଳକୃଷ୍ଣ ଦାଶ ସମ୍ମାନ

ଶାନ୍ତିଲତାଙ୍କୁ ସଙ୍ଗୀତ ସରସ୍ୱତୀ, ସଚ୍ଚିଦାନନ୍ଦଙ୍କୁ ବାଦ୍ୟ ସରସ୍ୱତୀ, ଆର୍ତ୍ତତ୍ରାଣଙ୍କୁ ଗୀତି ସରସ୍ବତୀ ସମ୍ମାନ ଏବଂ ମନୋଜଙ୍କୁ ସଙ୍ଗୀତ ସୁଧାକର ସ୍ମୃତି ବୃତ୍ତି ପ୍ରଦାନ କରାଯାଇଛି

ଭୁବନେଶ୍ୱର: ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ୍‌ର ୩୦ତମ ବାର୍ଷିକୋତ୍ସବ ଓ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ୯୯ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି।

BjdElectrycity

ସୋମବାର ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସଙ୍ଗୀତ କ୍ଷେତ୍ରରେ ଜୀବନବ୍ୟାପି ସାଧନା ପାଇଁ ଗୁରୁ ଘନଶ୍ୟାମ ପଣ୍ଡାଙ୍କୁ ‘ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ସ୍ମାରକୀ ସମ୍ମାନ-୨୦୨୨’ ପ୍ରଦାନ କରାଯାଇଛି। ସମ୍ମାନ ସ୍ବରୂପ ୧ଲକ୍ଷ ଟଙ୍କାର ଅର୍ଥ ରାଶି, ତାମ୍ର ଫଳକ ଓ ଉପଢୌକନ ପ୍ରଦାନ କରାଯାଇଛି।

ଶାନ୍ତିଲତା ଛୋଟରାୟଙ୍କୁ ‘ସଙ୍ଗୀତ ସରସ୍ବତୀ’, ଗୁରୁ ସଚ୍ଚିଦାନନ୍ଦ ଦାସଙ୍କୁ ‘ବାଦ୍ୟ ସରସ୍ଵତୀ’ ଓ ପଣ୍ଡିତ ଆର୍ତ୍ତତ୍ରାଣ ଶତପଥୀଙ୍କୁ ‘ଗୀତି ସରସ୍ଵତୀ’ ସମ୍ମାନରେ ବିଭୂଷିତ କରାଯାଇଛି। ସମ୍ମାନ ସ୍ବରୂପ ୧୦ହଜାର ଟଙ୍କାର ଅର୍ଥ ରାଶି, ତାମ୍ର ଫଳକ ଓ ଉପଢୌକନ ପ୍ରଦାନ କରାଯାଇଛି।

ଏହା ସହ ଯୁବ ପ୍ରତିଭା ମନୋଜ କୁମାର ମାଟିଙ୍କୁ ‘ସଙ୍ଗୀତ ସୁଧାକର ସ୍ମୃତି ବୃତ୍ତି’ ପ୍ରଦାନ କରାଯାଇଛି। ସମ୍ମାନ ସ୍ଵରୂପ ତାଙ୍କୁ ୫ହଜାର ଟଙ୍କାର ଅର୍ଥ ରାଶି, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଛି ।

ଉତ୍ସବ ସଂଧ୍ଯାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ସଙ୍ଗୀତ ଶିଳ୍ପୀ ଶ୍ୟାମାମଣୀ ଦେବୀଙ୍କୁ ବିଶେଷ ଭାବେ ଏବଂ ସାମ୍ବାଦିକ କେଶବ ପାଣି ଓ ସୁକେଶ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ ଡ. ସଚ୍ଚିକାନ୍ତ ନାୟକଙ୍କ ପୁସ୍ତକ ‘ଛାନ୍ଦ ସମୀକ୍ଷା’ ଲୋକାର୍ପିତ ହୋଇଥିଲା।

ଏହି ସମାରୋହରେ ରାଜ୍ୟପାଳ ପ୍ର. ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଭା ମାନଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ।

ଏହି ସନ୍ଧ୍ୟାରେ ନାଲକୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର ସମ୍ମାନିତ ଅତିଥି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ପ୍ରାରମ୍ଭିକ ସଭା କାର୍ଯ୍ୟ ପରେ ସାଂସ୍କୃତିକ ସଙ୍ଗୀତ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ଓଡ଼ିଶାର ବିଶିଷ୍ଟ କଣ୍ଠ ଓ ବାଦ୍ୟଶିଳ୍ପୀ ମାନଙ୍କ ଦ୍ଵାରା ସଙ୍ଗୀତ ସୁଧାକରଙ୍କ ନିର୍ଦ୍ଦେଶିତ ସଙ୍ଗୀତ ପରିବେଷିତ ହୋଇଥିଲା।

Leave A Reply

Your email address will not be published.