Latest Odisha News

BREAKING NEWS

ଏମିତି ଏକ ପଥର, ଯାହା କ୍ଷୀରକୁ କରିଦେବ ଦହି !

ଭୁବନେଶ୍ୱର: କ୍ଷୀରରୁ ଦହି ଜମାଇବା ପାଇଁ ସାଧାରଣତଃ ଦହିର ବ୍ୟବହାର ହୋଇଥାଏ । କିନ୍ତୁ ଆମେ ଯଦି ଆପଣଙ୍କୁ କହିବୁ କି ଏକ ପଥର ଦ୍ୱାରା ମଧ୍ୟ ଦହି ଜମାଯାଇପାରିବ, ତେବେ କଣ ଆପଣ ବିଶ୍ୱାସ କରିବେ?

ବିଶ୍ୱାସ ନହେଲେ ବି କଥାଟି ସତ । ଆଜି ଆମେ ଆପଣଙ୍କୁ ସେହିଭଳି ଏକ ଅଦ୍ଭୁତ ପଥର ବିଷୟରେ କହିବୁ ଯାହାକୁ ଦହି ଜମାଇବା ପାଇଁ ବ୍ୟବହାର କରାଯାଏ । ଏହି ପଥରକୁ ହାବୁର ଷ୍ଟୋନ୍‌ ବା ହାବୁର ପଥର କୁହାଯାଏ।

ରାଜସ୍ଥାନର ଜୈସଲମେର ଠାରୁ ୪୦ କିଲୋମିଟର ଦୂରରେ ଅବସ୍ଥିତ ହାବୁର ଗାଁରେ ଦେଖିବାକୁ ମିଳେ ଏହି ସ୍ୱତନ୍ତ୍ର ପଥର । ହାବୁର ପଥରରେ ଦହି ଜମା କରୁଥିବା ଅଦ୍ଭୁତ ଗୁଣ ରହିଛି। ଏହି ପଥରକୁ କ୍ଷୀରରେ ପକାଇବା ଦ୍ୱାରା ୧୪ ଘଣ୍ଟା ମଧ୍ୟରେ ଦହି ଜମିଯାଏ ବୋଲି ଶୁଣିବାକୁ ମିଳେ।

ଅନେକ ବୈଜ୍ଞାନିକ ଏହି ପଥରକୁ ଗବେଷଣା କରିବା ପରେ ତଥ୍ୟ ଦେଇଛନ୍ତି ଯେ, ପଥରରେ ଦହି ଜମାଇବା ପାଇଁ ଆବଶ୍ୟକ ତିନି ବାୟୋକେମିକାଲ ଏମିନୋ ଏସିଡ୍‌, ଫିନାୟଲ ଏଲିନିୟା ଏବଂ ରିଫ୍ଟୋଫେନ୍‌ ଟାୟରୋସିନ୍‌ ରହିଛି। ହାବୁର ଗାଁ ଲୋକେ ଆଜି ମଧ୍ୟ ଦହି ବସାଇବା ପାଇଁ ଏହାକୁ ବ୍ୟବହାର କରିଥାନ୍ତି।

ହାବୁର ପଥର ଦେଖିବାକୁ ମଧ୍ୟ ସୁନ୍ଦର ହୋଇଥିବାରୁ ସେଥିରେ ପ୍ରସ୍ତୁତ ଗ୍ଲାସ୍‌, ପ୍ଲେଟ୍‌, ଗିନା, ଟ୍ରେ, ମାଳ, ଫୁଲଦାନୀ, କପ୍‌, ଆକ୍ୟୁପ୍ରେସର ଉତ୍ପାଦ, ଥାଳୀ ଏବଂ ମୂର୍ତ୍ତି ଆଦି ମଧ୍ୟ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଛି।

Leave A Reply

Your email address will not be published.