Latest Odisha News

BREAKING NEWS

ଆଜିଠୁ ଗଡିଲା ନୂତନ ସାପ୍ତାହିକ ସାଲିମାର-ବାଦାମ ପାହାଡ ଏକ୍ସପ୍ରେସ ଓ ବାଦାମ ପାହାଡ-ରାଉରକେଲା ଏକ୍ସପ୍ରେସ

ରାଇରଙ୍ଗପୁର: ଆଜି ଠାରୁ ଗଡିଲା ନୂତନ ସାପ୍ତାହିକ ସାଲିମାର-ବାଦାମ ପାହାଡ ଏକ୍ସପ୍ରେସ ଓ ବାଦାମ ପାହାଡ-ରାଉରକେଲା ଏକ୍ସପ୍ରେସ । ଗତ ୨୧ ତାରିଖ ରେ ରାଇରଙ୍ଗପୁର ବାଦାମପାହାଡ଼ ରେଳ ଷ୍ଟେସନରେ ସାଲିମାର-ବାଦାମ ପାହାଡ ଏକ୍ସପ୍ରେସ ଓ ବାଦାମ ପାହାଡ-ରାଉରକେଲା ଏକ୍ସପ୍ରେସକୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥି୍ଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଦିନରେ ରାଇରଙ୍ଗପୁରରୁ ଗଲେ ୭୭ ଜଣ ଯାତ୍ରୀ ।

ଏହି ଟ୍ରେନ ଶନିବାର ଠାରୁ ରାତି ୧୧ ଟା ୩୦ରେ କୋଲକାତାର ସାଲିମାର ଷ୍ଟେସନରୁ ବହାରି ଆଜି (ରବିବାର) ବାଦାମପହାଡ଼ରେ ସକାଳ ସମୟ ୫ ଟା ୩୦ ରେ ପହଞ୍ଚିଥିଲା । ପୁଣିଥରେ ବାଦାମପହାଡ଼ଠାରୁ ସକାଳ ୬ ଟା ୩୦ରୁ ବହାରି ରାଇରଙ୍ଗପୁର ସମୟ ୭ ଟା ୧୫ ରେ ଛାଡି ଭାୟା ଟାଟାନଗର ଦେଇ ରାଉରକେଲା ଦିନ ୧୧ ଟା ୩୦ରେ ପହଞ୍ଚିଥିଲା ।

ଏହା ସହ ଦୈନିକ ମେମୁ ଟ୍ରେନ ରାଉରକେଲାରୁ ପ୍ରତିଦିନ ସୋମବାର ରୁ ଶନିବାର ସକାଳ ୫ ଟା ୧୦ ରୁ ଛାଡି ଟାଟା ନଗରରେ ସକାଳ ସମୟ ୯ ଟା ୨୦ରେ ପହଞ୍ଚିବ । ସେହିପରି ଟାଟା ନଗରରୁ ସକାଳ ୯ ଟା ୫୫ରେ ବାଦାମପାହାଡ଼ ଅଭିମୁଖେ ଯାତ୍ରା କରି ମଧ୍ୟାହ୍ନ ସମୟ ୧୨ ଟା ୧୫ରେ ପହଞ୍ଚିବାର ସମୟ ଧାର୍ଯ୍ୟ ହୋଇଛି । ପୁଣିଥରେ ବାଦାମପହାଡ଼ରୁ ମଧ୍ୟାହ୍ନ ସମୟ ୧୨ ଟା ୪୫ ରେ ଛାଡି ଟାଟାନଗର ଅପରାହ୍ଣ ୩ ଟା ୨୦ ରେ ପହଞ୍ଚି ରାଉରକେଲାକୁ ସମୟ ୩ ଟା ୨୫ ରେ ଛାଡି ରାଉରକେଲା ସନ୍ଧ୍ୟା ୭ ଟା ୨୫ ରେ ପହଞ୍ଚିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ମେମୁ ଓ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବା ଦ୍ବାରା ବହୁ ଯାତ୍ରୀ ଉପକୃତ ହେବେ । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ଯାତ୍ରା କରିବାରେ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ କରିବ ଏହି ଟ୍ରେନ୍ ଏହା ସହିତ ଓଡ଼ିଶାର ଶିଳ୍ପ ନଗରୀ ରାଉରକେଲା ଯିବା ପାଇଁ ମଧ୍ୟ ଲୋକମାନେ ଆଉ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।

Leave A Reply

Your email address will not be published.