Latest Odisha News

BREAKING NEWS

ଇସ୍ରାଏଲ୍ ଏୟାର ଷ୍ଟ୍ରାଇକ୍‌ରେ ସେନା ମୁଖ୍ୟଙ୍କ ମୃତ୍ୟୁ: ସ୍ପଷ୍ଟ କଲା ହମାସ୍

ନୂଆଦିଲ୍ଲୀ: ଇସ୍ରାଏଲ୍ ଏୟାର ଷ୍ଟ୍ରାଇକ୍‌ରେ ମହମ୍ମଦ ଦୈଫ୍‌ଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ମାସକ ପରେ ସେନା ମୁଖ୍ୟଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲା ହମାସ୍। ସେନା ମୁଖ୍ୟଙ୍କ ମୃତ୍ୟୁ ନେଇ ଭିଡିଓ ଜରିଆରେ ସ୍ପଷ୍ଟ କଲା ହମାସ୍। ହମାସ୍‌ ସେନାର ଡେପୁଟି କମାଣ୍ଡର୍‌ଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସ୍ପଷ୍ଟ କଲା।

ଗତ ବର୍ଷ ଅଗଷ୍ଟ ମାସରେ ଇସ୍ରାଏଲ ଦାବି କରିଥିଲା ​​ଯେ ମହମ୍ମଦ ଦୈଫଙ୍କୁ ହତ୍ୟା କରାଯାଇଛି, କିନ୍ତୁ ହମାସ ଏପର୍ଯ୍ୟନ୍ତ ଏହାକୁ ନିଶ୍ଚିତ କରିନଥିଲା। ହମାସ ମଧ୍ୟ ଡେପୁଟି ମିଲିଟାରୀ କମାଣ୍ଡର ମରୱାନ ଇସାଙ୍କ ମୃତ୍ୟୁ ଘୋଷଣା କରିଛି। ଆମେରିକା ଗତ ବର୍ଷ ମାର୍ଚ୍ଚରେ ଇସାଙ୍କ ମୃତ୍ୟୁ ଘୋଷଣା କରିଥିଲା।

ଇସ୍ରାଏଲୀ ସେନା ଅଗଷ୍ଟ ମାସରେ ଏକ୍ସରେ ଦୈଫ୍‌ଙ୍କ ମୃତ୍ୟୁ ବିଷୟରେ ପୋଷ୍ଟ କରିଥିଲା। ମହମ୍ମଦ ଦୈଫ୍ ହତ୍ୟା କରାଯାଇଥିବା ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ ମଧ୍ୟ ଏ ସମ୍ପର୍କିତ ଏକ ସୋସିଆଲ ମିଡିଆ ପୋଷ୍ଟ ପୋଷ୍ଟ କରିଥିଲା। କିନ୍ତୁ ଏ ସୂଚନା ସମ୍ପର୍କରେ ସ୍ପଷ୍ଟ ନଥିଲା। ଗତ ବର୍ଷ ଜୁଲାଇରେ ଇସ୍ରାଏଲ କରିଥିବା ଏକ ଏୟାର ଷ୍ଟ୍ରାଇକରେ ଦୈଫ୍‌ଙ୍କୁ ନିପାତ କରିଥିବା ଦାବି କରାଯାଇଥିଲା।

ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପଛର ମାଷ୍ଟରମାଇଣ୍ଡଙ୍କ ମଧ୍ୟରୁ ମହମ୍ମଦ ଡେୟଫ୍‌ ଥିଲେ ଅନ୍ୟତମ। ସେ ହମାସ୍‌ର ସାମରିକ ମୁଖ୍ୟ ଥିଲେ। କହି ରଖୁଛୁ ଯେ ଅକ୍ଟୋବର ୭ରେ ଇସ୍ରାଏଲରେ ପ୍ରବେଶ କରି ହମାସ୍‌ ପାଖାପାଖି ୧୨୦୦ ଲୋକଙ୍କୁ ହତ୍ୟା କରିଥିଲା ଏବଂ ଶହ ଶହ ଲୋକଙ୍କୁ ବନ୍ଦୀ କରି ଗାଜା ଷ୍ଟ୍ରିପ ନେଇଯାଇଥିଲା।

Comments are closed.