Latest Odisha News

BREAKING NEWS

ଏକାମ୍ର ହାଟରେ ହସ୍ତଶିଳ୍ପ ପ୍ରଦର୍ଶନୀ -୨୦୨୩ ଉଦ୍‌ଘାଟିତ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ. (ଉତ୍କଳିକା) ଦ୍ୱାରା ବିକାଶ ଆୟୁକ୍ତ (ହସ୍ତଶିଳ୍ପ), ନୂଆଦିଲ୍ଲୀ ଭାରତ ସରକାର ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଏକ ୧୦ ଦିନ ବ୍ୟାପୀ ଜାତୀୟ ସ୍ତରୀୟ ପ୍ରଦର୍ଶନୀ ସ୍ଥାନୀୟ ଏକାମ୍ର ହାଟଠାରେ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ମୁଖ୍ୟ ଅତିଥି ଏବଂ ଅରବିନ୍ଦ କୁମାର ପାଢ଼ୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ଏଥିରେ ଓଡ଼ିଶାର ୧୦ ଟି ଜିଲ୍ଲା ସମେତ ପଶ୍ଚିମବଙ୍ଗ ଏବଂ ଜାମ୍ମୁ ଓ କାଶ୍ମୀର ପରି ଦୁଇଟି ବାହାର ରାଜ୍ୟରୁ ୫୦ ଜଣ ଶିଳ୍ପୀ/ହସ୍ତଶିଳ୍ପ କାରିଗର ଭାଗନେଇ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ବିକ୍ରୟ କରୁଛନ୍ତି । ଏହିଭଳି ଏକ ମେଳାର ଆୟୋଜନ ଓ ପରିଚାଳନା ତଥା ସର୍ବୋପରି କ୍ରୟକୁ ଦୃଷ୍ଟିରେ ରଖାଯାଇ ଆନୁମାନିକ ୨୫ ଲକ୍ଷ ଟଙ୍କାର ବ୍ୟବସାୟ ଆକଳନ କରାଯାଇଅଛି ଏବଂ ୨୫-୩୦ ହଜାର ଦର୍ଶକଙ୍କ ଆଗମନର ସମ୍ଭାବନା ରହିଛି ।

ଏହି କାର୍ଯ୍ୟକ୍ରମରେ ବିକ୍ରମାଦିତ୍ୟ ବାରିକ, ନିର୍ଦ୍ଦେଶକ, ହସ୍ତଶିଳ୍ପ ନିର୍ଦ୍ଦେଶାଳୟ, ଦେବସ୍ମିତା ସାହୁ, ସଭାପତି( ଉତ୍କଳିକା), ପ୍ରଶାନ୍ତ କୁମାର ମହାପାତ୍ର, ଉପ-ସଭାପତି (ଉତ୍କଳିକା), ଭୁବନେଶ୍ୱର, ସରୋଜ କୁମାର ପଟେଲ, ସ୍ୱତନ୍ତ୍ର ସଚିବ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତଥା ପରିଚାଳନା ନିର୍ଦ୍ଦେଶକ ଉତ୍କଳିକା, ଅଶୋକ କୁମାର ହୋତା, ବରିଷ୍ଠ ସହନିର୍ଦ୍ଦେଶକ, ବିକାଶ ଆୟୁକ୍ତ (ହସ୍ତଶିଳ୍ପ), କଲ୍ୟାଣୀ ପଟ୍ଟନାୟକ, ପରିଚାଳିକା, ଉତ୍କଳିକା ଓ ଅନ୍ୟାନ୍ୟ ଅଧିକାରୀ ଗଣ ଏହି ବିଶେଷ ଉତ୍ସବରେ ଉପସ୍ଥିତ ଥିଲେ ।

 

 

 

Leave A Reply

Your email address will not be published.