Latest Odisha News

BREAKING NEWS

ହାପି ବର୍ଥ ଡେ’ ରାନୀ ମୁଖାର୍ଜୀ

ମୁମ୍ବାଇ : ଆଜି ବଲିଉଡ୍ ବିୟୁଟି ରାନୀ ମୁଖାର୍ଜୀ ବର୍ଥ ଡେ’ । ୪୪ ବର୍ଷ ବୟସରେ ପାଦ ଥାପିଛନ୍ତି ରାନୀ ମୁଖାର୍ଜୀ ।ଏନେଇ ବିଭିନ୍ନ ମହଲରୁ ରାନୀଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ନିଜର ଦମଦାର ଆକ୍ଟିଙ୍କ ପାଇଁ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ ରାନୀ ମୁଖାର୍ଜୀ । ନିଜର କ୍ୟାରିଅରରେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ହୃଦରେ ଜିତି ପାରିଥିଲେ ରାନୀ । ସେ ବଲିଉଡର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଅନେକ ଫିଲ୍ମରେ କାମ କରିଛନ୍ତି । ୧୯୭୮ ମସିହ। ମାର୍ଚ୍ଚ ୨୧ ତାରିଖରେ ମୁମ୍ବାଇରେ ରାନୀଙ୍କ ଜନ୍ମ । ତାଙ୍କ ବାପା ରାମ ମୁଖାର୍ଜୀ ଓ ମା’ ଙ୍କ ନାଁ କୃଷା ମୁଖାର୍ଜୀ ।

ଫେମସ୍ ଡିରେକ୍ଟର ଆଦିତ୍ୟ ଚୋପ୍ରାଙ୍କୁ ବିବାହ କରିଛନ୍ତି ରାନୀ । ରାନୀଙ୍କ ଏକ ଝିଅ ମଧ୍ୟ ଅଛି । ନିଜ ବାପା ରାମ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏକ ବେଙ୍ଗଲୀ ଫିଲ୍ମ ‘’ବିଏର ଫୁଲ’’ର ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ ରାନୀ ମୁଖାର୍ଜୀ । ପରେ ୧୯୮୬ରେ ‘ରାଜା କି ଆଗେୟୀ ବାରାତ୍’ , ୧୯୮୮ରେ ଆକ୍ସନ ଫିଲ୍ମ ‘ଗୁଲାମ’ ଏବଂ ୧୯୮୮ରେ ‘କୁଛ କୁଛ ହୋତା ହୈ’ ଫିଲ୍ମ କରି ଢେର ସାରା ସଫଳତା ପାଇଥିଲେ ରାନୀ ମୁଖାର୍ଜୀ । ସେହିପରି ୨୦୦୨ ମସିହାରେ ୟେସ ରାଜ ଫିଲ୍ମର ଡ୍ରାମା ମୁଭି ‘ସାଥୀୟା’ ।

୨୦୦୩ରେ ଚାଲତେ ଚାଲତେ ,୨୦୦୪ରେ ‘ହାମ୍ ତୁମ୍’ , ୨୦୦୪ରେ ‘ଭୀର୍ ଜରା’ , ୨୦୦୬ରେ ‘କଭି ଅଲ୍ ବିଦା ନା କେହନା’ , ୨୦୦୫ରେ ‘ବଣ୍ଟି ଓର ବବିଲି’ , ‘ୟୁବା’ , ‘ବ୍ଲାକ୍’ ୨୦୧୨ରେ ‘ତଲାସ’ , ୨୦୧୪ରେ ‘ମର୍ଦାନୀ’ , ୨୦୧୮ରେ ‘ହିଚକୀ’ ଅଦି ଫିଲ୍ମ କରି ଖୁବ୍ କମ ଦିନରେ ବେଶ୍ ଫେମସ୍ ହୋଇଯାଇଥିଲେ ରାଣୀ ମ୍ୟୁଖାର୍ଜୀ ।ଆଜି ରାନୀଙ୍କ ଜନ୍ମ ଦିନ ହୋଇଥିବାରୁ ବିଭିନ୍ନ ମହଲରୁ ରାନୀଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave A Reply

Your email address will not be published.