Latest Odisha News

BREAKING NEWS

୩୫ ବର୍ଷରେ ପାଦ ଥାପିଲେ କିଙ୍ଗ କୋହଲି : ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ : ଭାରତର ଶ୍ରେଷ୍ଠ କ୍ରିକେଟର ତଥା ପୂର୍ବତନ କ୍ୟାପଟେନ ତଥା ଟିମ୍ ଇଣ୍ଡିଆର ସବୁଠୁ ଦମଦାର ଖେଳାଳୀଙ୍କ ର ଆଜି ଜନ୍ମଦିନ  । ହଁ ଆଜ୍ଞା ଆମେ କହୁଛୁ ବିରାଟ କୋହଲିଙ୍କ କଥା  । ଆଜି ୩୫ ବର୍ଷରେ ପାଦ ଥାପିଲେ ବିରାଟ  । ଜନ୍ମଦିନ ଅବସରରେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ୧୯୮୮ ମସିହା ନଭେମ୍ବର ୫ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ କୋହଲି । ଏକ ମଧ୍ୟବିତ୍ତ ପରିବାରରେ ତାଙ୍କର ଜନ୍ମ  । ଛୋଟବେଳୁ କ୍ରିକେଟ୍ ପ୍ରତି ରହିଥିଲା ଅହେତୁକ ରୁଚି । ୨୦୦୮ ମସିହାରେ  ଶ୍ରୀଲଙ୍କା ବିପକ୍ଷ ଦିନିକିଆ ମ୍ୟାଚରେ ଡେବ୍ୟୁ କରିଥିଲେ ବିରାଟ ।

ଏହାପରେ ସେ ଆଉ କେବେ ପଛକୁ ଫେରିନଥିଲେ।  ଟେଷ୍ଟ ଏବଂ ଟି-୨୦ ଦଳରେ  ସାମିଲ ହୋଇ  କରିଚାଲିଥିଲେ ଦମଦାର ପ୍ରଦର୍ଶନ । ଆଜି ବିଶ୍ବ କ୍ରିକେଟରେ ସବୁଠୁ ସଫଳ କ୍ରିକେଟର ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି ବିରାଟ । ବିରାଟ ତାଙ୍କ କ୍ରିକେଟ୍ କ୍ୟାରିୟରରେ ବର୍ତ୍ତମାନ ସୁଦ୍ଧା ୨୮୮ଟି ମ୍ୟାଚ୍  ଖେଳିସାରିଛନ୍ତି । ୨୦୧୧ ବିଶ୍ବକପରେ  ବାଂଲାଦେଶ ବିରୋଧରେ ଶତକ ,ବଂ ଫାଇନାଲ ମୁକାବିଲାରେ  ଶ୍ରୀଲଙ୍କା ବିରୋଧରେ ହାସଲ କରିଥିଲେ ୩୧ ରନ୍ । ଯାହା ତାଙ୍କ କ୍ୟାରିୟରରେ ଏକ ମାଇଲଷ୍ଟୋନ୍ ଥିଲା । ତେବେ ଆମ ଓଡିଶା ସମ୍ବାଦ ପରିବାର ତରଫରୁ ବିରାଟଙ୍କୁ ଜନ୍ମଦିନର ଢ଼େର ସାରା ଶୁଭେଚ୍ଛା ଓ  ଶୁଭକାମନା।

 

 

 

Leave A Reply

Your email address will not be published.