Latest Odisha News

ଔରଙ୍ଗଜେବ ଭୂମିକାରେ ବବି ଦେଓଲ, ଜନ୍ମଦିନରେ ଆସିଲା ‘ହରି ହରା ବୀରା ମଲ୍ଲୁ’ର ଫାଷ୍ଟ୍ ଲୁକ୍

ନୂଆଦିଲ୍ଲୀ: ଅଭିନେତା ବବି ଦେଓଲଙ୍କ ଜନ୍ମଦିନରେ ତାଙ୍କର ଅପକମିଂ ଫିଲ୍ମର ଫାଷ୍ଟ୍ ଲୁକ୍ ଜାରି କରାଯାଇଛି। ଯେଉଁଥିରେ ସେ ହାତରେ ଖଣ୍ଡା ଧରି ଛିଡା ହୋଇଥିବା ନଜର ଆସିଛନ୍ତି।

ଆଗାମୀ ପିରିୟଡ୍ ଫିଲ୍ମ ‘ହରି ହରା ବୀରା ମଲ୍ଲୁ’ର ନିର୍ମାତା ନିର୍ମାତାମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରଛନ୍ତି। ‘ନିଜର ଚମତ୍କାର ଅଭିନୟ ସହିତ ବଡ଼ ପରଦାରେ ଦର୍ଶକଙ୍କୁ ବିମୋହିତ କରୁଥିବା ଅଭିନେତା ବବି ଦେଓଲଙ୍କୁ ଜନ୍ମଦିନର ବହୁତ ଶୁଭେଚ୍ଛା!’ ଟିମ୍ ହରି ହରା ବୀରା ମଲ୍ଲୁ।

ଜ୍ୟୋତି କୃଷ୍ଣା ଏବଂ କୃଷ ଜଗରଲାମୁଡିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନେତ୍ରୀ ନିଧି ଅଗ୍ରୱାଲ ଲିଡ୍ ରୋଲରେ ଅଭିନୟ କରିଛନ୍ତି। ମେଗା ସୂର୍ଯ୍ୟ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ଏ. ଦୟାକର ରାଓ ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଛନ୍ତି। ‘ହରି ହରା ବୀରା ମଲ୍ଲୁ’ ଚଳଚ୍ଚିତ୍ରଟି ଔରଙ୍ଗଜେବଙ୍କ ମୋଗଲ ସାମ୍ରାଜ୍ୟ ସମୟରେ ଘଟିଥିବା ଏକ ସାହସିକ ଘଟଣାଗୁଡ଼ିକୁ ନେଇ କାହାଣୀ ଆଧାରିତ।

ତେବେ ପବନ କଲ୍ୟାଣ, ନିଧି ଅଗ୍ରୱାଲ ଏବଂ ବବି ଦେଓଲଙ୍କ ବ୍ୟତୀତ ନାସର୍ ମଧ୍ୟ ଏକ ପ୍ରମୁଖ ଭୂମିକାରେ ନଜର ଆସିବେ। ଏହା ବ୍ୟତୀତ ଫିଲ୍ମରେ ରଘୁ ବାବୁ, ସୁବ୍ବାରାଜୁ, ସୁନୀଲ ଅଭିନୟ କରିଛନ୍ତି। ସିନେମାଟୋଗ୍ରାଫି କରିଛନ୍ତି ମନୋଜ ପରମହଂସ ଏବଂ ଜ୍ଞାନଶେଖର ଭିଏସ୍। ସେହିପରି ପ୍ରଡକ୍ସନ୍ ଡିଜାଇନ୍ ଥୋଟା ଥରାନିଙ୍କ ଦ୍ୱାରା କରାଯାଇଛି।

 

Comments are closed.