ନୂଆଦିଲ୍ଲୀ : ଶେଖ ହସିନାଙ୍କୁ ଭାରତରୁ ପ୍ରତ୍ୟର୍ପଣରେ ନେବା ବାଂଲାଦେଶ ସରକାରଙ୍କ ଏକ ମାତ୍ର ପ୍ରମୁଖ ପ୍ରାଥମିକତା । ଯେମିତି ହେଲେ ବି ହସିନାଙ୍କୁ ପ୍ରତ୍ୟର୍ପଣରେ ନିଆଯିବ ଏବଂ ତାଙ୍କ ବିରୋଧରେ ଥିବା ସମସ୍ତ ମାମଲାର ଶୁଣାଣି କରାଯିବ । ତାଙ୍କ ଉପସ୍ଥିତିରେ ହିଁ ମାମଲା ସବୁର ଶୁଣାଣି କରାଯିବ ବୋଲି କହିଛନ୍ତି ବାଂଲାଦେଶର ମହମ୍ମଦ ୟୁନୁସ୍ ନେତୃତ୍ବାଧୀନ ମଧ୍ୟବର୍ତ୍ତିକାଳୀନ ସରକାର । ଆନ୍ଦୋଳନ ସାମ୍ନା କରି ନପାରି ଶେଖ ହସିନା, ଭାରତରେ ଲୁଚିଥିବା ବେଳେ ବୁଧବାର ବାଂଲାଦେଶର ୪ ଜଣ ମହିଳାଙ୍କ ସହ ଜୁମ୍ରେ କଥା ହୋଇଥିଲେ । ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ୪ ପୋଲିସ ଅଧିକାରୀଙ୍କ ସ୍ତ୍ରୀଙ୍କ ସହ କଥା ହୋଇଥିଲେ ସେ ।
ମହମ୍ମଦ ୟୁନୁସ୍ଙ୍କୁ ସେ ମବଷ୍ଟର୍ ବା ଗଣ୍ଡଗୋଳକାରୀ ବୋଲି କହିଛନ୍ତି ହସିନା । ସେ ହିଁ ବାଂଲାଦେଶକୁ ଆତଙ୍କବାଦୀ ରାଷ୍ଟ୍ର କରି ଦେଇଥିବା କହିଛନ୍ତି ହସିନା । ବାଂଲାଦେଶ ଫେରିଲେ, ଆନ୍ଦୋଳନ ପୀଡ଼ିତଙ୍କୁ ନ୍ୟାୟ ଦେବେ ବୋଲି କହିଛନ୍ତି । ଯାହା ଉପରେ ପ୍ରତିକ୍ରିୟା ରଖି ୟୁନୁସ୍ ସରକାର, ତାଙ୍କୁ ଯେ କୌଣସି ମତେ ପ୍ରତ୍ୟର୍ପଣରେ ନିଆଯିବ ବୋଲି କହିଛନ୍ତି । ଗତବର୍ଷ ଅଗଷ୍ଟ ୫ ତାରିଖରୁ ଆସି ଭାରତରେ ଶରଣ ନେଇଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ।
ସୂଚନା ଥାଉକି,ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ଅନ୍ତରୀଣ ସରକାର ଶେଖ୍ ହସିନାଙ୍କୁ ଭାରତରୁ ପ୍ରତ୍ୟାର୍ପଣ କରିବାକୁ ବାରମ୍ୱାର ଦାବି କରିଛନ୍ତି। ଏଥିପାଇଁ ବାଂଲାଦେଶ ମଧ୍ୟ ଭାରତକୁ ଚିଠି ଲେଖିଛି, ଯାହାର ଜବାବ ମଧ୍ୟ ଦେଇଛି ଭାରତ । ଭାରତ କହୁଛି- ‘ନୋ କମେଣ୍ଟସ (କୌଣସି ମନ୍ତବ୍ୟ ନାହିଁ)’।
Comments are closed.