Latest Odisha News

BREAKING NEWS

ଚାମ୍ପିୟନ୍ସ ଟ୍ରଫିରେ ୪ର୍ଥ ଥର ପାଇଁ ପାକିସ୍ତାନକୁ ହରାଇଲା ନ୍ୟୁଜିଲାଣ୍ଡ

କରାଚୀ: ୱିଲ ୟଙ୍ଗ ଓ ଟମ ଲାଥାମଙ୍କ ଶତକ ବଳରେ ଏଠାରେ ଆରମ୍ଭ ହୋଇଥିବା ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ଉଦଘାଟନୀ ମୁକାବିଲାରେ ଆୟୋଜକ ପାକିସ୍ତାନକୁ ୬୦ ରନରେ ନ୍ୟୁଜିଲାଣ୍ଡ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡର ଏହା ଚତୁର୍ଥ ବିଜୟ । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୫୦ ଓଭରରେ ୫ ୱିକେଟ ହରାଇ ୩୨୦ ରନ କରିଥିଲା । ୱିଲ ୟଙ୍ଗ ୧୦୭, ଟମ ଲାଥାମ ୧୧୮ ଓ ଗ୍ଲେନ ଫିଲିପ୍ସ ୬୧ ରନର ଇନିଂସ ଖେଳିଥିଲେ । ପାକିସ୍ତାନ ତରଫରୁ ହ୍ୟାରିଶ ରୌଫ ଓ ନସୀମ ଶାହ ୨ଟି ଲେଖାଏଁ ୱିକେଟ ନେଇଥିଲେ ।

୩୨୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ୪୭.୨ ଓଭରରେ ୨୬୦ ରନ କରି ଅଲଆଉଟ ହୋଇ ଯାଇଥିଲା । ବାବର ଆଜମ ୬୪ ଓ ଖୁସଦିଲ ଶାହ ୬୯ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ୱିଲ ଓ ରୁରକେ, ମିଚେଲ ସାଂଟେନର ୩ଟି ଲେଖାଏଁ ଓ ମାଟ୍ଟ ହେନେରୀ ୨ଟି ୱିକେଟ ନେଇଥିଲେ । ଟସ ଜିତି ପାକିସ୍ତାନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ପ୍ରଭାବୀ ପ୍ରଦର୍ଶନ ପାଇଁ ଲାଥାମ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ବିଜୟ ସହ ନ୍ୟୁଜିଲାଣ୍ଡ ୨ ପଂଏଟ ହାସଲ କରିଛି ।

Comments are closed.