Latest Odisha News

BREAKING NEWS

ଏପ୍ରିଲ ୨୩ରେ ଆୟୋଜିତ ହେବ ଶରତ ସନ୍ଧ୍ୟା ୨୦୨୨

କଥା, କବିତା, ସଂଗୀତ, ନୃତ୍ୟ ଓ ଚିତ୍ରର ସମୋରାହ

ଭୁବନେଶ୍ୱର : ପ୍ରସିଦ୍ଧ କବି ଓ ଗୀତିକାର ଶରତ କୁମାର ଦାଶଙ୍କ ସୃଷ୍ଟିକୁ ନେଇ ଆୟୋଜିତ ହେଉଥିବା ‘ଶରତ ସଂଧ୍ୟା’ ଉତ୍ସବ ଆସନ୍ତା ୨୩ ତାରିଖରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ତଥା ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି ।

ଆୟୋଜିତ ହେବାକୁ ଥିବା ଉତ୍ସବ ବିଷୟରେ ଅଧିକ ସୂଚନା ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ ‘ଶରତ ଉତ୍ସବ ୨୦୨୨’ କବିତା, କଥା, ସଂଗୀତ, ନୃତ୍ୟ ଓ ଚିତ୍ରର ସମନ୍ୱୟରେ ଆୟୋଜିତ ହେବ । ଏହି ଉତ୍ସବରେ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ଦ୍ୱାରା ପ୍ରକାଶିତ କବି ଶ୍ରୀ ଦାଶଙ୍କ ନବମ କବିତା ସଙ୍କଳନ ଓ ସଂଗୀତ ଆଲବମ ‘ଅଭିସାର’ ସହ ସ୍ମୃତିକଥା ସଙ୍କଳନ ‘କାହାଣୀ ସରିନାହିଁ’ ଉନ୍ମୋଚିତ ହେବ । ଏ ଅବସରରେ ଲେଖକ ଓ ବାଗ୍ମୀ କୃଷ୍ଣକେଶବ ଷଡ଼ଙ୍ଗୀଙ୍କୁ ପ୍ରଥମ ‘ଶରତ ସମ୍ମାନ’ ପ୍ରଦାନ କରାଯିବ ବୋଲି କହିଛନ୍ତି ଏବଂ ଏହି ଉତ୍ସବରେ ବହୁ ସଂଖ୍ୟାରେ ଯୋଗଦେବା ଲାଗି ମଧ୍ୟ ସେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.