Latest Odisha News

BREAKING NEWS

ବଡମ୍ବା ରେଞ୍ଜର ଗୋଟିଏ ସେକ୍ସନରୁ ସବୁ ହାତୀ କଙ୍କାଳ ମିଳିଛି, ୨ ଫରେଷ୍ଟର ଫେରାର : ପିସିସିଏଫ୍‌

ଭୁବନେଶ୍ବର: ଆଠଗଡ ବନଖଣ୍ଡର ନରସିଂହପୁର ଅଂଚଳରୁ ୫ ହାତୀ କଙ୍କାଳ ମିଳିବା ପରେ ଚାଲିଛି ତନାଘନା । ଘଟଣାରେ ୨ ଜଣ ଫରେଷ୍ଟର ଫେରାର ଥିବା କହିଛନ୍ତି ପ୍ରଧାନମୁଖ୍ୟ ବନ୍ୟପ୍ରାଣୀ ତତ୍ୱାବଧାରକ ବା ପିସିସିଏଫ ଶଶୀ ପଲ୍ ।

କାଲି ଉଚ୍ଚସ୍ତରୀୟ ତଦନ୍ତ କମିଟି ଉପସ୍ଥିତିରେ ଆଉ ଗୋଟିଏ କଙ୍କାଳ ମିଳିଛି ।  ଜଣାପଡିଛି ହାତୀର ମୃତଦେହ ଲୁଚାଇବାରେ ଫରେଷ୍ଟରମାନଙ୍କର ସମ୍ପୃକ୍ତି ରହିଛି । ହାତୀ ମୃତ୍ୟୁରେ ସେମାନଙ୍କର କଣ ଭୂମିକା ରହିଛି, ତାହା ଏସ୍‌ଆଇଟି ତଦନ୍ତରୁ ସ୍ପଷ୍ଟ ହେବ ।

ରାଜ୍ୟରେ ଯେତିକି ବି ହାତୀ କଙ୍କାଳ ଉଦ୍ଧାର ହେବ, ଏସ୍‌ଆଇଟି ସବୁ ଘଟଣାର ତଦନ୍ତ କରିବ ।  ଏସ୍‌ଆଇଟିରେ ଜଣେ ବିଶେଷଜ୍ଞ ସଦସ୍ୟ ରହିଛନ୍ତି, ଯିଏକି ହାତୀ କଙ୍କାଳର ନମୁନାରୁ ଏଗୁଡ଼ିକ କେବେ ଘଟିଛି ତାହା ଆକଳନ କରିବେ ।

ତାଙ୍କ ଆକଳନ ଆଧାରରେ ଯେଉଁ ଡିଏଫ୍‌ଓଙ୍କ ସମୟରେ ଏ ଘଟଣା ଘଟିଥିବ, ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ।

Leave A Reply

Your email address will not be published.