Latest Odisha News

BREAKING NEWS

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବିଇଓ ଅଫିସର ମୁଖ୍ୟ କିରାଣି

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ବିଇଓ ଅଫିସର ମୁଖ୍ୟ କିରାଣି । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ହେଡ୍ କ୍ଲର୍କ ଯୁଧିଷ୍ଠିର ହରିଜନ ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି । ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କଙ୍କୁ ଅବସରକାଳୀନ ସୁବିଧା ଯୋଗାଇ ଦେବା ପାଇଁ ଯୁଧିଷ୍ଠିର ୧୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଧରିଛି ।

ଲାଞ୍ଚ ନେବା ବେଳେ ଧରାପଡ଼ିବା ପରେ ଯୁଧିଷ୍ଠିରଙ୍କ ପୈତୃକ ଘର ସହ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଜ୍ କରିଛି । ଆୟ ବହିର୍ଭୂତ ସମ୍ପତ୍ତିର ଚାଲିଛି ଖୋଳତାଡ଼ । ଏନେଇ କୋରାପୁଟ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.