Latest Odisha News

୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ବିଡ ଦାଖଲ କରିବ ଭାରତ, ରୁଷ କରିବ ସହଯୋଗ

ନୂଆଦିଲ୍ଲୀ: ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଏବେଠାରୁ ଅଂଟା ଭିଡିବା ଆରମ୍ଭ କରିଛି । ଆଉ ଭାରତକୁ ଆୟୋଜନ ଅଧିକାର ପ୍ରଦାନ ପାଇଁ ରୁଷ ସହଯୋଗ କରିବ ବୋଲି ଘୋଷଣା କରିଛି । ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ଏ ନେଇ ଚୂଡାନ୍ତ ନିଷ୍ପତି ନେବ । ୨୦୨୫ରେ ଅଲିମ୍ପିକ କମିଟି ଭାରତ ଗସ୍ତ କରି ଆନୁଷାଙ୍ଗିକ ବ୍ୟବସ୍ଥା ଅନୁଧ୍ୟାନ କରିବ । ଅହମ୍ମଦାବାଦ ଏବଂ ଏହାର ଆଖପାଖ ସହରକୁ ଆଖି ଆଗରେ ରଖାଯାଇ ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ ଭାରତ ଚିନ୍ତା କରୁଛି । ପୂର୍ବରୁ ୨୦୨୪ରେ ପ୍ୟାରିସ, ୨୦୨୮ରେ ଲସ ଆଞ୍ଜେଲ୍ସ ଏବଂ ୨୦୩୨ରେ ବ୍ରିସବେନରେ ଅଲିମ୍ପିକ ଆୟୋଜନ ହେବ ବୋଲି ଚୂଡାନ୍ତ ହୋଇ ସାରିଛି ।

୨୦୩୬ ପାଇଁ ଇସ୍ତାନବୁଲ, ଦୋହା, ଜାକର୍ତା, କାହିରା, ବର୍ଲିନ ଓ ତେଲ ଅଭିଭ ମଧ୍ୟ ଆଗ୍ରହୀ ଅଛନ୍ତି । ଅବଶ୍ୟ ଭାରତକୁ ଯଦି ରୁଷ ଏବଂ ଏହାର ସହଯୋଗୀ ଦେଶଗୁଡିକ ପକ୍ଷରୁ ସହଯୋଗ ମିଳେ ତାହାହେଲେ ଭାରତବାସୀଙ୍କ ଦୀର୍ଘ ଦିନର ଆଶା ପୂରଣ ହେବ ।

Leave A Reply

Your email address will not be published.