Latest Odisha News

BREAKING NEWS

କାର୍ଯ୍ୟକ୍ଷେତ୍ରରେ ପ୍ରଥମଦିନ ପାଇଁ ଚିନ୍ତିତ କି? ଜାଣନ୍ତୁ କ’ଣ କରିବେ

ଭୁବନେଶ୍ୱର: କାର୍ଯ୍ୟକ୍ଷେତ୍ରରେ ପ୍ରଥମ ଦିନ କିପରି କଟିବ ସେଥିପାଇଁ ଅନେକ ଚିନ୍ତିତ ଥାଆନ୍ତି। କୁହାଯାଏ “ଫାଷ୍ଟ ଇଂପ୍ରେସନ ଇଜ ଲାଷ୍ଟ ଇଂପ୍ରେସନ”। ତେବେ ଆପଣ ମଧ୍ୟ ଯଦି ଆପଣଙ୍କ ପ୍ରଥମ ଇଂପ୍ରେସନକୁ ନେଇ ଚିନ୍ତିତ ତେବେ ଆମର ଏହି ପୋଷ୍ଟ ଟି ଆପଣଙ୍କ ପାଇଁ ।

ନୂଆ କମ୍ପାନୀରେ ଯୋଗ ଦେବା ପରେ ଏହାର ନୂତନ ପରିବେଶ ପାଇଁ ମନ ଟିକେ ନର୍ଭସ ରହିଥାଏ । ପ୍ରତିଦିନ ବିଭିନ୍ନ ପ୍ରକାର ଟାସ୍କ କରିବାକୁ ମିଳିଥାଏ । ତେବେ ହଠାତ ଏତେ କାମ କିପରି ଠିକ୍ ଭାବେ ସମ୍ପାଦନ କରି ବସ୍ ଙ୍କୁ ସନ୍ତୁଷ୍ଟ କରିବେ ତାହାକୁ ଚିନ୍ତା କରି ମନ ସାମାନ୍ୟ ଭାରାକ୍ରାନ୍ତ ହୋଇଥାଏ । ଏହା ଅତି ସାଧାରଣ କଥା ।

କମ୍ପାନୀରେ ଆପଣଙ୍କ କାର୍ଯ୍ୟ କ’ଣ ରହିବ ତାହା ମ୍ୟାନେଜରଙ୍କୁ ପଚାରି ବୁଝନ୍ତୁ ।

ଆପଣଙ୍କ ଭିତରେ ଯଦି ପେସାଦାର ମନୋଭାବ ରହିଛି ତାହା ବସ୍ ତଥା ସହକର୍ମୀମାନଙ୍କୁ ଦେଖାଯିବା ନିହାତି ଦରକାର । ଏହାଦ୍ୱାରା କମ୍ପାନୀ ପ୍ରତି ଆପଣଙ୍କ ଆଗ୍ରହ ସ୍ପଷ୍ଟ ଜଣାଯାଇଥାଏ । ଅନ୍ୟ କର୍ମଚାରୀଙ୍କୁ ଦେଖି ଉକ୍ତ ଅନୁସାରେ ନିଜକୁ ପ୍ରସ୍ତୁତ କରିବାକୁ ଚେଷ୍ଟା କରନ୍ତୁ ।

ଆପଣଙ୍କ କମ୍ପାନୀର କୌଣସି ସ୍ଵତନ୍ତ୍ର ଡ୍ରେସ୍ କୋଡ଼୍ ଯଦି ଥାଏ ତାହାକୁ ନିଶ୍ଚିତ ଅନୁକରଣ କରନ୍ତୁ । ପ୍ରଥମ ଦିନରୁ ଏହା ଭଲ ଇମ୍ପାକ୍ଟ ପକାଇଥାଏ।

ପ୍ରଥମ ଦିନ ହେଉଛି ନିଜକୁ ପ୍ରଦର୍ଶନ କରିବାର ଦିନ । ଅନ୍ୟ ସହକର୍ମୀମାନଙ୍କ ମନ କିଣିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ କହିଲେ ଚଳିବ। ତେଣୁ ସହକର୍ମୀମାନଙ୍କ ସହ କଥାବାର୍ତ୍ତା ସମୟରେ ସେମାନଙ୍କ ମନରେ ଆପଣଙ୍କ ପ୍ରତି ଏକ ଭଲ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତୁ ।

ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଜିନିଷ ହେଉଛି ଆତ୍ମବିଶ୍ଵାସ । ଯେହେତୁ ଏହା ଆପଣଙ୍କ ପ୍ରଥମ ଦିନ ତେବେ ନିର୍ଭସପଣ ରହିବା ସ୍ୱାଭାବିକ କିନ୍ତୁ ଏହାକୁ ଆପଣଙ୍କ ଉପରେ ହାବି ହେବାକୁ ଦିଅନ୍ତୁ ନାହିଁ । ଆତ୍ମବିଶ୍ଵାସ ରଖି କାର୍ଯ୍ୟ କରନ୍ତୁ ।

ନିଜ ବସ୍ ଙ୍କୁ ଭେଟି କମ୍ପାନୀର ଲକ୍ଷ୍ୟ, ଏହାର ଆଗାମୀ ଗୋଲ ସମ୍ପର୍କରେ କଥା ହୁଅନ୍ତୁ ।

Leave A Reply

Your email address will not be published.