Latest Odisha News

BREAKING NEWS

ଶୀତଦିନେ ଜଳଖିଆରେ ସାମିଲ କରନ୍ତୁ ଅଣ୍ଡା

ଓଡ଼ିଶା ସମ୍ବାଦ ବୁରୋ : ଶରୀର ସୁସ୍ଥ ପାଇଁ ସଠିକ୍ ପରିମାଣରେ ଖାଦ୍ୟ ଖାଇବା ଆବଶ୍ୟକ । କେତେକ ଖାଦ୍ୟ ମଧ୍ୟରୁ ଅଣ୍ଡା ଏପରି ଏକ ଖାଦ୍ୟ ଯାହା ଆମ ଶରୀରରେ ଅନେକ ପୋଷକ ତତ୍ତ୍ୱର ଅଭାବକୁ ପୂରଣ କରିଥାଏ । ଅଣ୍ଡା ପ୍ରୋଟିନଯୁକ୍ତ ଖାଦ୍ୟ । ଏଥିରେ ଭିଟାମିନ୍ ବି, ଭିଟାମିନ ବି ୧୨, ଆଣ୍ଟି-ଅକ୍ସିଡାଣ୍ଟ ଭଳି ଅନ୍ୟାନ୍ୟ ବହୁ ପୋଷକ ତତ୍ତ୍ୱ ରହିଛି। ଯାହା ଶରୀରକୁ ଅନେକ ଗୁରୁତର ରୋଗରୁ ରକ୍ଷା କରିଥାଏ। ସିଝା ଅଣ୍ଡା ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ତେବେ ଆସନ୍ତୁ ଜାଣିବା …
ଅଣ୍ଡାରେ ଭିଟାମିନ ଡି ଭରପୁର ମାତ୍ରାରେ ରହିଛି। ଏହା ରୋଗ ପ୍ରତିରୋଧ ଶକ୍ତିକୁ ବୃଦ୍ଧି କରିବା ସହ ହାଡକୁ ମଜଭୂତ କରିଥାଏ ।
ଶୀତ ଦିନେ ସିଝା ଅଣ୍ଡା ଖାଇବା ଦ୍ୱାରା ଶରୀରକୁ ଉଷ୍ଣ ରଖିବା ସହାୟକ ହୋଇଥାଏ। ଫଳରେ ସହଜରେ ଥଣ୍ଡା ଜ୍ୱର ହୋଇନଥାଏ।

ଗୋଟିଏ ସିଝା ଅଣ୍ଡାରେ ଜିଙ୍କ୍ ସହ ଭିଟାମିନ ବି୬ ଓ ବି୧୨ ଭରପୁର ମାତ୍ରାରେ ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।
ଅଣ୍ଡାରେ ପ୍ରୋଟିନ୍ ସହ ଏମିନୋ ଏସିଡ୍ ମଧ୍ୟ ରହିଛି। ଏହା କମ୍ କ୍ୟାଲୋରୀ ଯୁକ୍ତ ହୋଇଥିବାରୁ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
ସିଝା ଅଣ୍ଡା ଖାଇବା ଦ୍ୱାରା ମସ୍ତିଷ୍କକୁ ମଧ୍ୟ ଲାଭ ମିଳିଥାଏ। ଏଥିରେ ଏମିନୋ ଏସିଡ୍, ଫେଟି ଏସିଡ୍ ଆଦି ରହିଥାଏ। ଏହାସହ କୋଷ ତିଆରିରେ ମଧ୍ୟ ସହାୟକ ହୋଇଥାଏ।
ସିଝାଅଣ୍ଡାରେ ଭିଟାମିନ୍ର ମାତ୍ରା ଭରପୁର ପରିମାଣରେ ରହିଛି। ଏହା କେଶକୁ ରେଶମୀ କରିଥାଏ। କେଶକୁ ମଜଭୂତ ମଧ୍ୟ କରିଥାଏ।ଅଣ୍ଡା ଖାଇବା ଦ୍ୱାରା ଚକ୍ଷୁ ପାଇଁ ମଧ୍ୟ ଖୁବ ଉପକାରୀ ହୋଇଥାଏ। ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବା ସହ ମୋତିଆବିନ୍ଦୁ ସମ୍ଭାବନାକୁ ମଧ୍ୟ କମ୍ କରିଥାଏ ।
ସିଝା ଅଣ୍ଡା ତ୍ୱଚାକୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ। ଅଣ୍ଡାରେ ଥିବା ସେଲେନିୟମ ତ୍ୱଚା ପାଇଁ ବେଶ ଉପକାରୀ ହେବା ସହ ଅନେକ ସମସ୍ୟାକୁ ମଧ୍ୟ ଦୂର କରିଥାଏ।
ତେଣୁ ଆପଣ ଜଳଖିଆରେ ଅଣ୍ଡା ସାମିଲ କରିବାକୁ ଭୁଲନ୍ତୁ ନାହିଁ

 


Leave A Reply

Your email address will not be published.