Latest Odisha News

୨୦ ବର୍ଷ ପରେ ତେଲୁଗୁ ଫିଲ୍ମରେ ଅଭିନୟ କରିବେ ଶିଳ୍ପା !

ମୁମ୍ବାଇ: ଦୀର୍ଘ ୨୦ ବର୍ଷ ପରେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତେଲୁଗୁ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ତ୍ରିବିକ୍ରମ ଶ୍ରୀନିବାସନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏସଏସଏମବି୨୮ରେ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଫର କରାଯାଇଛି । ଏଥିରେ ସେ ଦକ୍ଷିଣ ଭାରତର ସୁପରଷ୍ଟାର ମହେଶ ବାବୁଙ୍କ ଆଂଟି ଭୂମିକା କରିବେ । ତେବେ ବିଧିବଦ୍ଧ ଭାବେ ଏ ନେଇ ଘୋଷଣା କରାଯାଇ ନାହିଁ ।

BjdElectrycity

ଶିଳ୍ପାଙ୍କ ଫିଟ ବଡି ଏବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାର କାରଣ ସାଜିଛି । ୧୯୯୬ରେ ଶାଶ ବୀରଦୁ ସାଗର କନ୍ୟା ଫିଲ୍ମ ମାଧ୍ୟମରେ ସେ ତେଲୁଗୁ ଫିଲ୍ମରେ ପଦାର୍ପଣ କରିଥିଲେ । ୨୦୦୧ରେ ହିଟ ଫିଲ୍ମ ଭଲେବାଦିବୀ ବୈସୁରେ ମଧ୍ୟ ଅଭିନୟ କରିଥିଲେ ।

Leave A Reply

Your email address will not be published.