Latest Odisha News

ଓଡିଶାରେ ନିଖୋଜ ୨୮୫୬ ବିଦେଶ ଫେରନ୍ତାଙ୍କୁ ଖୋଜିବାକୁ ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଗତ ୧୪ ଦିନ ଭିତରେ ବିଦେଶରୁ ଓଡିଶାକୁ ଆସିଥିବା ୨୮୫୬ ବ୍ୟକ୍ତିଙ୍କ ଏ ଯାଏଁ କୌଣସି ସୂଚନା ମିଳୁ ନ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସର୍ବଶେଷ ତଥ୍ୟ ଅନୁଯାୟୀ, ଏହି ବ୍ୟକ୍ତିମାନଙ୍କୁ ଜିଲ୍ଲା ନୀରିକ୍ଷଣ ଦଳଗୁଡିକ ଦ୍ୱାରା ଏଯାଏଁ ଚିହ୍ନଟ କିମ୍ବା ଯୋଗାଯୋଗ କରାଯାଇପାରିନାହିଁ ।

BjdElectrycity

ଏ ସଂକ୍ରାନ୍ତରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ମହାନଗର ନିଗମର କମିଶନରମାନଙ୍କୁ ସ୍ୱାସ୍ଥ୍ୟ ସଚିବ ନିକୁଂଜ ବିହାରୀ ଧଳ ଚିଠି ଲେଖିଛନ୍ତି । ଏହି ବ୍ୟକ୍ତିମାନଙ୍କୁ ଯଥାଶୀଘ୍ର ଚିହ୍ନଟ କରାଯାଇ ହୋମ କ୍ୱାରେଣ୍ଟାଇନରେ ରଖାଯିବା ନିତାନ୍ତ ଜରୁରୀ ବୋଲି ଏହି ଚିଠିିରେ ଉଲ୍ଲେଖ ରହିଛି । ଚିହ୍ନଟ ହୋଇ ନ ଥିବା ଏହି ବ୍ୟକ୍ତିମାନେ ଅନ୍ୟମାନଙ୍କୁ ସଂକ୍ରମିତ କରିବାର ଆଶଙ୍କା ଥିବାରୁ ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କମିଶନରମାନଙ୍କୁ କରୋନା ପ୍ରତିରୋଧ ଓ ନିୟନ୍ତ୍ରଣ ପାଇଁ ବ୍ୟକ୍ତିଗତ ଭାବେ ସମୀକ୍ଷା କରି ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ କୁହାଯାଇଛି ।

ଏଯାବତ୍ ଚିହ୍ନଟ ହୋଇପାରି ନ ଥିବା ୨୮୫୬ ବିଦେଶ ଫେରନ୍ତାଙ୍କ ମଧ୍ୟରୁ ଭୁବନେଶ୍ୱରର ୪୦୦, ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ଅଂଚଳର ୪୫୦, ଗଂଜାମ ଜିଲ୍ଲାର ୬୫୦ ଓ କଟକ ଜିଲ୍ଲାର ୩୦୦ ଜଣ ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.