Latest Odisha News

BREAKING NEWS

ବରିଷ୍ଠ ଆଇନଜୀବୀ ରଜତ ରଥଙ୍କ ପରଲୋକ

କଟକ: ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ରଜତ କୁମାର ରଥଙ୍କ ପରଲୋକ ହୋଇଯାଇଛି । ଛାତିରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା । ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ଶେଷଶଯ୍ୟା ନିକଟରେ ତାଙ୍କର ପତ୍ନୀ ଓ ଦୁଇ ଝିଅଙ୍କ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ ।

କଟକର ସତୀଚୌରା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

ସ୍ୱର୍ଗତ ରଥ ହେଉଛନ୍ତି ସ୍ୱନାମଧନ୍ୟ ଆଇନଜୀବୀ ତଥା ରାଜ୍ୟର ପୂର୍ବତନ ଆଡ଼ଭୋକେଟ୍ ଜେନେରାଲ ଗଙ୍ଗାଧର ରଥ ଏବଂ ଡାକ୍ତର ନିରୂପମା ରଥଙ୍କ ପୁତ୍ର ।

ସ୍ୱର୍ଗତ ରଥ ଆଇନର ବିଭିନ୍ନ ବିଭାଗରେ ପାରଦର୍ଶିତା ହାସଲ କରିପାରିଥିଲେ । ହାଇକୋର୍ଟରେ ଆଇନବୃତ୍ତି ସହିତ ସେ ବିଭିନ୍ନ ସାମାଜିକ ତଥା ଜନହିତକର କାର୍ଯ୍ୟ ସହିତ ଜଡ଼ିତ ରହିଥିଲେ ।

ତାଙ୍କର ମୃତ୍ୟୁରେ ହାଇକୋର୍ଟର ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ, ଆଡ଼ଭୋକେଟ୍ ଜେନେରାଲ ଅଶୋକ କୁମାର ପରିଜା, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ବିଧାୟକ ମହମ୍ମଦ ମୋକିମ, ବରିଷ୍ଠ ଆଇନଜୀବୀ ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ, ଆଇନଜୀବୀ ବିଜୟ କୁମାର ଦାଶ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.