Latest Odisha News

BREAKING NEWS

ଡ଼ିସେମ୍ବର ୨୦୨୧ ସୁଦ୍ଧା ଭାରତ ମହାକାଶକୁ ମାନବ ପ୍ରେରଣ କରିବ: ଇସ୍ରୋ ମୁଖ୍ୟ

ଭୁବନେଶ୍ୱର: ଇସ୍ରୋ ଅଧ୍ୟକ୍ଷ କେ ଶିବନ୍ ଶନିବାର ଦିନ ଭୁବନେଶ୍ୱରଠାରେ କହିଛନ୍ତି ଯେ, ଆସନ୍ତା ଡ଼ିସେମ୍ବର ୨୦୨୧ ସୁଦ୍ଧା ଭାରତ ପକ୍ଷରୁ ମହାକାଶକୁ ମାନବ ପ୍ରେରଣ କରାଯିବାର ଯୋଜନା ରହିଛି । ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଏଠାରେ ଡ଼କ୍ଟର ଶିବନ କହିଛନ୍ତି ଯେ, ଅସଫଳତାରେ ଅଧିକ ମନୋନିବେଶ ନକରି ଉଦଭାବନରେ ଅଧିକ ପ୍ରଚେଷ୍ଟା କରିବା ଉଚିତ । ଯେଉଁସବୁ ଅସଫଳତାର ସମ୍ମୁଖୀନ ହୋଇଛି ଇସ୍ରୋ ସେଥିରୁ କେବଳ ସଫଳତାର ସୂତ୍ର ହିଁ ପାଇଥାଏ ବୋଲି ଡ଼କ୍ଟର ଶିବନ କହିଛନ୍ତି ।

ଆଇଆଇଟିର ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେବା ଅବସରରେ ଡ଼କ୍ଟର୍ ଶିବନ କହିଛନ୍ତି, “ଆମେ ଅସଫଳ ନହେଲେ କଠିନ ପରିଶ୍ରମର ଅଭାବକୁ ହିଁ ବୁଝାଇଥାଏ । ପ୍ରଶ୍ନ ହେଉଛି କିପରି ଉଦଭାବନ କରିବା ।”

ଚନ୍ଦ୍ରାୟଣ ୨ ଅଭିଯାନ ପରେ ପ୍ରଥମଥର ଲାଗି ଇସ୍ରୋ ଅଧ୍ୟକ୍ଷ ଡ଼କ୍ଟର୍ ଶିବନ ଯେକୌଣସି ଉତ୍ସବରେ ଯୋଗଦେଇ ଭାଷଣ ଦେଇଛନ୍ତି । ସେ ଚନ୍ଦ୍ରାୟଣ ୨ ସଫଳ ହୋଇଥିବା କହିବା ସହିତ ଆଗାମୀ ୨୦୨୧ ଡ଼ିସେମ୍ବର ସୁଦ୍ଧା ଭାରତୀୟ ମହାକାଶ ଗବେଷଣା ଅନ୍ତରୀକ୍ଷରେ ମାନବ ପ୍ରେରଣ କରିବା ସମ୍ପର୍କରେ ବିଶଦ ସୂଚନା ପ୍ରଦାନ କରିଥିଲେ ।

ଡ଼କ୍ଟର୍ ଶିବନ ଏହି ଅବସରରେ କହିଛନ୍ତି ଯେ, ଚନ୍ଦ୍ରଯାନ ଅଭିଯାନ ୯୮ ପ୍ରତିଶତ ସଫଳ ହୋଇଛି । ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କ କଠିନ ପରିଶ୍ରମ ସାର୍ଥକ ହୋଇଛି । ଏକ ଦୀର୍ଘ ମିୟାଦୀ ଗବେଷଣାରେ ଆମେ ବେଶ୍ ସଫଳତା ଅର୍ଜନ କରିଛୁ ।

ଗଗନାୟନ: ଭାରତୀୟ ବୈଜ୍ଞାନିକଙ୍କ ପ୍ରଥମ ଅନ୍ତରୀକ୍ଷ ମାନବ ପ୍ରେରଣ ଯୋଜନା ଦେଶର ବିଜ୍ଞାନ ତଥା ପ୍ରଯୁକ୍ତି ବିଦ୍ୟା ଶୀର୍ଷସ୍ତରରେ ପହଞ୍ଚିବା ସହିତ ଭାରତୀୟ ବୈଜ୍ଞାନିକମାନଙ୍କ ଲାଗି ଗଗନାୟନ ଏକ ବିରାଟ ପ୍ରଚେଷ୍ଟା । ମହାକାଶକୁ ଭାରତ ମାନବ ପ୍ରେରଣ କରିବାରେ ସଫଳତା ହାସଲ କରିପାରିବ । ଏଥିଲାଗି ଗଗନାୟନ ମିଶନ କାର୍ଯ୍ୟକାରୀ କରାଯିବ ।

 

Leave A Reply

Your email address will not be published.