Latest Odisha News

BREAKING NEWS

ମାନସିକ ଚାପରେ ରହୁଛନ୍ତି ଆମ ସେନା !

ନୂଆଦିଲ୍ଲୀ: ସେପ୍ଟେମ୍ବରରେ କେବଳ ଲେଫନନେଂଟ କର୍ଣ୍ଣେଲ ଓ କର୍ଣ୍ଣଲ ର‌୍ୟାଙ୍କର ୬ ସୈନ୍ୟ ଅଧିକାରୀ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । ସମସ୍ତଙ୍କ ବୟସ ୪୦ରୁ ୪୫ ବର୍ଷ ମଧ୍ୟରେ ହେବ । ତା ମାନେ କଣ ଆମ ଭାରତୀୟ ସେନା ଚାପରେ ଅଛନ୍ତି ? ରକ୍ଷା ବିଶେଷଜ୍ଞ ଓ ଡାକ୍ତରଙ୍କ ରିପୋର୍ଟକୁ ଆଧାର କଲେ ଏହାର ଉତର ହେବ ହଁ । ପ୍ରତ୍ୟେକ ବର୍ଷ ଭାରତରେ ୧୬୦୦ ସୈନ୍ୟ ବିନା ଯୁଦ୍ଧରେ ମୃତ୍ୟୁବରଣ କରୁଛନ୍ତି । ଏହାର ପ୍ରମୁଖ କାରଣ ହେଲ-

୮୭ ପ୍ରତିଶତ ଛୁଟି ନ ପାଇ ଚାପରେ ରହୁଛନ୍ତି । ୬୩ ପ୍ରତିଶତ ସେନାରେ ଚାକିରୀ ଯୋଗୁ ସେମାନଙ୍କ ବୈବାହିକ ଜୀବନ ବାଧାପ୍ରାପ୍ତ ହେଉଛି ବୋଲି କହିଛନ୍ତି । ୮୫ ପ୍ରତିଶତଙ୍କ ମତରେ ଶାନ୍ତିରେ ସେମାନେ ଖାଇପାରୁ ନାହାନ୍ତି କିମ୍ବା ଶୋଇ ପାରୁ ନାହାନ୍ତି । ସେନାରେ ଭୁଲର ସ୍ଥାନ ନାହିଁ । ଏଥିଯୋଗୁ ଚାପଗ୍ରସ୍ତ ହେଉଛୁ ବୋଲି ୮୦ ପ୍ରତିଶତ କହିଛନ୍ତି । ରୁଟିନ ଲାଇଫ ଯୋଗୁ ମନୋରଞ୍ଜନ ଓ ମନପସନ୍ଦ କାର୍ଯ୍ୟ କରିପାରୁ ନାହିଁ ବୋଲି ଅଧିକାଂଶ କହିଛନ୍ତି ।

Leave A Reply

Your email address will not be published.