Latest Odisha News

BREAKING NEWS

ସିକନ୍ଦରାବାଦ ଓ ଗୌହାଟୀ ମଧ୍ୟରେ ସ୍ପେଶାଲ ଟ୍ରେନ୍

ଭୁବନେଶ୍ବର : ସିକନ୍ଦରାବାଦ ଓ ଗୌହାଟୀ ମଧ୍ୟରେ ଚଳାଚଳ କରିବ ଏକ ସ୍ପେଶାଲ ଟ୍ରେନ୍ । ଏନେଇ ନିଷ୍ପତ୍ତି ନେଇଛି ରେଳବାଇ । ୦୭୦୩୦/୦୭୦୨୯ ସିକନ୍ଦରାବାଦ-ଗୌହାଟୀ-ସିକନ୍ଦରାବାଦ ସ୍ପେଶାଲ ଟ୍ରେନ୍ ସିକନ୍ଦରାବାଦରୁ ଆସନ୍ତା ୯ ତାରିଖରୁ ୩୦ ତାରିଖ ମଧ୍ୟରେ ପ୍ରତି ରବିବାର ସକାଳ ୯ଟର ୩୦ରେ ଛାଡିବ । ସେହିପରି ଫେରିବା ମାର୍ଗରେ ଏହା ଗୌହାଟୀରୁ ମେ ୧୨ରୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ପ୍ରତି ବୁଧବାର ସକାଳ ୬ଟା ୪୫ରେ ଛାଡିବ । ଏହି ଟ୍ରେନ ସିକନ୍ଦରାବାଦ ଓ ଗୌହାଟୀ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଷ୍ଟେସନ ସହିତ ପୂର୍ବତଟ ପରିସୀମା ମଧ୍ୟରେ ଉଭୟ ପାର୍ଶ୍ବରୁ ବିଶାଖାପାଟନମ୍, ବିଜୟନଗରମ୍, ଶ୍ରୀକାକୁଲମ୍ ରୋଡ୍, ପଲାସା, ବ୍ରହ୍ମପୁର, ଖୋର୍ଦ୍ଧା ରୋଡ୍, ଭୁବନେଶ୍ବର, କଟକ, ଏବଂ ଭଦ୍ରକ ଷ୍ଟେସନ ରହଣି କରିବ ।

ଏହା ବ୍ୟତୀତ, ରେଳବାଇ ପକ୍ଷରୁ ମହୀଶୂର ଓ ଭାସ୍କୋଡାଗାମା ଠାରୁ ଦାନାପୁରକୁ ଦୁଇଟି ସ୍ପେଶାଲ ଟ୍ରେନ୍ ଚଳାଯାଉଛି । ୦୭୩୧୩ ଭାସ୍କୋଡାଗାମା-ଦାନପୁର ସ୍ପେଶାଲ୍ ମେ ୬ରୁ ଭାସ୍କୋଡାଗାମାରୁ ଦିନ ୧୧ଟାରେ ଛାଡିବାକୁ ଥିବା ବେଳେ, ୦୬୨୧୬ ମହୀଶୂର-ଦାନପୁର ସ୍ପେଶାଲ ମହୀଶୂରରୁ ମେ ୬ ତାରିଖରୁ ଦିନ ୧୧ଟାରେ ଦନାପୁରକୁ ଯାତ୍ରା କରିବ ।

Leave A Reply

Your email address will not be published.