Latest Odisha News

BREAKING NEWS

ବଢୁଛି ଖରା, ସକାଳୁଆ ହେବ କଲେଜ ଓ ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର: ସକାଳୁଆ ହେବ କଲେଜ ଓ ବିଶ୍ବବିଦ୍ୟାଳୟ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ କ୍ଲାସ୍ ଓ ପରୀକ୍ଷା କରିବାକୁ ଉଚ୍ଚଶିକ୍ଷା ବିଭାଗ। ଏନେଇ ଏସଓପି ଜାରି କରିଛି ଉଚ୍ଚଶିକ୍ଷା ବିଭାଗ।

ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକରେ ପ୍ରଚୁର ପରିମାଣର ପାନୀୟ ଜଳ ଓ ଓଆରଏସ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କଲେଜ ଏବଂ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପ୍ରାଥମିକ ଚିକିତ୍ସା ସାମଗ୍ରୀ ରଖାଯିବ। ଏନେଇ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟର କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ବିଭାଗ ପକ୍ଷରୁ ଚିଠି କରାଯାଇଛି।

Comments are closed.