Latest Odisha News

BREAKING NEWS

ଚାଣକ୍ୟଙ୍କ ଏହି ବାଣୀ ଶୁଣିଲେ ଆଉ କେବେ ପ୍ରେମ କରିବେନି, ଆସନ୍ତୁ ଜାଣିବା କ’ଣ କହିଛନ୍ତି ସେ

ପ୍ରେମମୟ ଜୀବନ ବତାଇବାକୁ ସମସ୍ତେ ଚାହାଁନ୍ତି। ଟିକିଏ ପ୍ରେମ ପାଇଁ ତ ଦୁନିଆ ଚିଲିଛି।  କୁହାଯାଏ ପ୍ରେମ ହେଉଛି ଏମିତି, ଯେଉଁଠି ତ୍ୟାଗ ସର୍ବପରି ଆଉ ସମର୍ପଣ ଆପେ ଆସେ। ହେଲେ ଏହି ପ୍ରେମକୁ ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟଙ୍କ ଯୁକ୍ତି କିନ୍ତୁ ଅଲଗା। ତାଙ୍କ ଅନୁସାରେ ପ୍ରେମ ସବୁ ଦୁଃଖର କାରଣ। ଏମିତି କି ସେ କହିଛନ୍ତି ପ୍ରେମ ବନ୍ଧନରୁ ଯିଏ ବାହାରିଛି ସୁଖୀ ଜୀବନ ବିତାଇଛି। ଏହି ପ୍ରେମକୁ ନେଇ ଚାଣକ୍ୟ ଏପରି ଆହୁରି କିଛି କହିଛନ୍ତି, ଯାହା ସାଧାରଣ ଚିନ୍ତାଧାରାରୁ ଅଲଗା ପୂରା ଅଲଗା। ଆସନ୍ତୁ ଜାଣିବା ପ୍ରେମକୁ ନେଇ କ’ଣ କହିଛନ୍ତି ଚାଣକ୍ୟ…

What is love? Here's the science …

-ଚାଣକ୍ୟଙ୍କ ଅନୁସାରେ, ଯାହାକୁ ଆମେ ପ୍ରେମ କରୁ, ତାକୁ ଭୟ କରୁ। ଏଣୁ ପ୍ରେମ ସବୁ ଦୁଃଖର କାରଣ ପାଲଟେ। ଏଣୁ ପ୍ରେମର ବନ୍ଧନରୁ ମୁକୁଳି ସୁଖୀ ଜୀବନ ବିତାଇବା ଉଚିତ। ଯିଏ ପ୍ରେମ କରନ୍ତି ସେମାନେ ହିଁ ଡରିଥାନ୍ତି। କାରଣ ତାଙ୍କୁ ସର୍ବଦା ହରାଇଦେବାର ଭୟ ଥାଏ।

20+ Top Heart Touching True Love Quotes To Dedicate To Your Beloved |  HerZindagi
-ଚାଣକ୍ୟ କୁହନ୍ତି, ଯଦି କୌଣସି ପୁରୁଷକୁ ଲାଗେ କି ତାଙ୍କ ସ୍ତ୍ରୀ ସୁନ୍ଦର ନୁହନ୍ତି। ସେ ସର୍ବଦା ତାଙ୍କ ସମ୍ମାନ ହାନୀ କରୁଛନ୍ତି। ତେବେ ତାଙ୍କୁ ପ୍ରଥମେ ନିଜକୁ ଦର୍ପଣରେ ଦେଖି ନେବା ଉଚିତ। ନାରୀ ମଧ୍ୟରେ ଶାରିରିକ ସୁନ୍ଦରତାକୁ ଖୋଜୁଥିବା ଲୋକ ବୁଝିବା ଉଚିତ ଯେ, ସୁନ୍ଦରତା ଶାରିରୀକ ଗଠନରୁ ନୁହେଁ ବରଂ ହୃଦୟରୁ ହେବା ଆବଶ୍ୟକ। ସମସ୍ତଙ୍କ ନିକଟରେ କିଛି ନା କିଛିର ଅଭାବ ରହିଥାଏ। କାରଣ ସଂସାରରେ କୌଣସି ବ୍ୟକ୍ତି ପୂର୍ଣ୍ଣ ନୁହନ୍ତି। ଏଣୁ ବ୍ୟକ୍ତିକୁ ଏହା ବୁଝିବା ଆବଶ୍ୟକ ବୋଲି ସେ କହିଛନ୍ତି।

Comments are closed.