ଭୁବନେଶ୍ବର:- ଆଗାମୀ ୪ ଦିନ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ନାହିଁ । ହେଲେ ୪ ଦିନ ପରେ ୩ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା । ଉପରମୁହାଁ ହେବ ପାରଦ । ସଝିବ ଓଡ଼ିଶା,ବଢ଼ିବ ଖରା । ଘରୁ ବାହାରିବା ଅସମ୍ଭବ ହୋଇପଡ଼ିବ, ଖରା ପ୍ରକୋପରେ ଡହଳବିକଳ ହୋଇପଡ଼ିବେ ଲୋକମାନେ । ଏଭଳି କିଛି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୧୧ରୁ ୧୪ ତାରିଖ ଯାଏଁ ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ପ୍ରାୟ ୪ ଡିଗ୍ରୀ ଉପକୁ ଉଠିପାରେ ପାରଦ । ତେବେ ଆଗାମୀ ୪ ଦିନ ଯାଏଁ ତାପମାତ୍ରାରେ ସେଭଳି କିଛି ପରବର୍ତନ ହେବା ନାହିଁ ବୋଲି ସୂଚନା ଦେଇଛି ଆଂଚଳିର ପାଣିପାଗ ବିଜ୍ଞାନ କେନ୍ଦ୍ର । ଓଡିଶା ଉପକୂଳ ବଙ୍ଗୋପସାଗରରେ ଏକ ଗୁରୁଚାପ ସକ୍ରିୟ ରହିଛି । ଏହାର ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ କ୍ରମାଗତ ଭାବେ ରାଜ୍ୟକୁ ପ୍ରବେଶ କରୁଛି । ଫଳରେ କିଛି ସ୍ଥାନରେ ମେଘୁଆ ପାଗ ସହ ହାଲୁକା ବର୍ଷା ହେଉଛି । ହେଲେ ୧୧ ତାରିଖ ପରଠାରୁ ଏଥିରେ ପରିବର୍ତନ ପରିଲକ୍ଷିତ ହେବ । ତାପମାତ୍ରା ବୃଦ୍ଧି ପାଇବାର ଆଶଙ୍କା ରହିଛି । ୩ରୁ ୪ ଡିଗ୍ରୀ ଯାଏଁ ତାପମାତ୍ରା ବଢିବାରୁ ପ୍ରବଳ ତାତି ଅନୁଭୁତ ହେବାର ଆଶଙ୍କା ରହିଛି ।
BREAKING NEWS
- ଆଇଟିଇଆର ରେ “ଚକ୍ରବ୍ୟୁହ” ଓ “ଜେନେସିସ” ଉଦ୍ଘାଟିତ
- ଚେନ୍ନାଇର କ୍ରମାଗତ ଦ୍ୱିତୀୟ ପରାଜୟ
- Railway zone:ପଲାସା ଓ ଇଚ୍ଛାପୁରମ ଅଞ୍ଚଳକୁ ଦକ୍ଷିଣତଟ ରେଳବାଇରେ ମିଶ୍ରଣକୁ ବିଜେଡିର ବିରୋଧ
- Earthquake: ଥରିଲା ଉତ୍ତର ଭାରତ;ଭୂମିକମ୍ପର କେନ୍ଦ୍ରସ୍ଥଳ…
- West Bengal Polls: ସରକାରୀ ଅଧିକାରୀ ମମତା ବାନାର୍ଜୀଙ୍କ ଦଳ ପାଇଁ ପ୍ରଚାର କରୁଥିଲେ; ECIର କାର୍ଯ୍ୟାନୁଷ୍ଠାନ ଗ୍ରହଣ
- Terror module:ପାକ୍ ହ୍ୟାଣ୍ଡଲରଙ୍କ ସହ ଲିଙ୍କ୍ ଥିବା ‘ଆତଙ୍କବାଦୀ ମଡ୍ୟୁଲ୍’ର ୪ସଦସ୍ୟଙ୍କୁ ଗିରଫ କଲା ATS
- ମାଲଦାରେ ୭ ନ୍ୟାୟିକ ଅଧିକାରୀଙ୍କୁ ଘେରାଉ ଘଟଣା; ମାଲଦାରେ ଯାଞ୍ଚ କରୁଛି ଏନଆଇଏ ଟିମ୍
- ଜନ୍ମ କଲା ମାଆକୁ ବିଷ ଖୁଆଇ ହତ୍ୟା କଲା ପୁଅ; ଗଛରେ ବାନ୍ଧି ପିଟିଲେ ଗ୍ରାମବାସୀ
- ଅଧିନାୟକ ପଦ ହରାଇବେ କି ରାହାଣେ
- ପାଟିରେ ପଶିଗଲା କଉ ମାଛ…ଚାଲିଗଲା ଯୁବକଙ୍କ ଜୀବନ
Comments are closed.