Latest Odisha News

BREAKING NEWS

ଅର୍ଥତତ୍ତ୍ଵ ଚିଟଫଣ୍ଡ ମାମଲରେ ପୁଣି ଇଡି ରେଡ୍, ଭୁବନେଶ୍ଵରର ୩ଟି ସ୍ଥାନରେ ଚଢାଉ

ଭୁବନେଶ୍ଵର; ଅର୍ଥତତ୍ତ୍ଵ ଚିଟ ଫଣ୍ଡ ମାମଲା। ଆକ୍ସନ ମୋଡରେ ଇଡି । ଭୁବନେଶ୍ଵରର ୩ଟି ସ୍ଥାନ ସହ ରାଜ୍ୟର ମୋଟ ୫ଟି ସ୍ଥାନରେ ଚଢାଉ କରିଛି ଇଡି । ଭୁବନେଶ୍ଵରର ଏକ ଖବରକାଗଜ ମାଲିକଙ୍କ କାର୍ଯ୍ୟାଳୟ ସମେତ ବାସଭନରେ ଚଢାଉ କରିଛି ଇଡି ।

ସୂଚନା ଅନୁସାରେ, କିଛି ଦିନର ବ୍ୟବଧାନ ପରେ ପୁଣି ଅର୍ଥତତ୍ତ୍ଵ ଚିଟଫଣ୍ଡ ମାମଲାକୁ ନେଇ ଆକ୍ସନ ମୋଡକୁ ଆସିଛି ଇଡି । ରାଜ୍ୟର ୫ଟି ସ୍ଥାନରେ ବର୍ତ୍ତମାନ ଚଢାଉ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୫ଟି ସ୍ଥାନ ଭିତରେ ଭୁବନେଶ୍ଵରର ୩ଟି ସ୍ଥାନ ରହିଛି । ତେବେ ରେଡରେ କଣ ତଥ୍ୟ ମିଳିଛି ସେନେଇ ଏବେ ସୁଦ୍ଧା କୌଣସି ତଥ୍ୟ ମିଳିନଥିବା ବେଳେ ଜଣେ ଖବରକାଗଜ ମାଲିକଙ୍କ ଘର ଏବଂ କାର୍ଯ୍ୟାଳୟରେ ଚଢାଉ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ଘଟଣାରେ ଭୁବନେଶ୍ବର ଖାରବେଳନଗର ଥାନାରେ ହୋଇଥିବା ଏକ ଏତଲା ହୋଇଥିଲା । ଏହି ଘଟଣାରେ ସିବିଆଇ, ଇଡି ଆଦି ସଂସ୍ଥା ତଦନ୍ତ କରୁଥିଲା ବେଳେ ସଂସ୍ଥାର ମୁଖ୍ୟ ଅଭିଯୁକ୍ତ ପ୍ରଦିପ ସେଠୀଙ୍କ ସମେତ ଆବେଦନକାରୀ ଓ ଅନ୍ୟ ଅଭିଯୁକ୍ତ ଗିରଫ ହୋଇଥିଲେ। ୨୦୧୩ ମେ ୩୦ରୁ ଶ୍ରୀ ପାଢୀ ଜେଲରେ ଥିବା ବେଳେ ୨୦୨୧ ସେପ୍ଟେମ୍ବର ୨୪ରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଯାଇଥିଲା । ସେହିପରି ୨୦୨୨ରେ ଅର୍ଥତତ୍ତ୍ଵ ଚିଟଫଣ୍ଡ ଠକେଇ ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ସଂସ୍ଥାର ନିର୍ଦ୍ଦେଶକ ଶ୍ରୀକୃଷ୍ଣ ପାଢୀଙ୍କୁ ମଧ୍ୟ ଓଡ଼ିଶା ହାଇକୋର୍ଟରୁ ଜାମିନ ମିଳିଥିଲା ।

 

Leave A Reply

Your email address will not be published.