Latest Odisha News

BREAKING NEWS

ନିର୍ବାଚନ ସମୟରେ ବଢିବ ତାତି, ଶୀଘ୍ର ଆସିବ ମୌସୁମୀ

ଭୁବନେଶ୍ଵର: ଆହୁରି ବଢିବ ତାତି । ଆଗାମୀ ୪ ଦିନରେ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୧୮ ତାରିଖ ବେଳକୁ ନୂଆପଡ଼ା ତାପମାତ୍ରା ୪୫ ଡିଗ୍ରି ଛୁଇଁପାରେ ବୋଲି କହିଛି ପାଣିପାଗ ବିଭାଗ । ତେବେ ଏହି ସମୟରେ ଉପକୂଳ ଓଡିଶାରେ ସାମାନ୍ୟ ଆଶ୍ବସ୍ତି ମିଳିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ରାଜ୍ୟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ଆସିବା ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ତାତି କମିବାର ସମ୍ଭାବନା ଦେଖାଯାଉ ନାହିଁ। ୧୭ ତାରିଖରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଦ୍ବାରା କେରଳ, ଉପକୂଳ କର୍ଣ୍ଣାଟକ ଓ ତାମିଲନାଡ଼ୁରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ୨୨ ତାରିଖ ବେଳକୁ ଏକ ଲଘୁଚାପ ବଙ୍ଗୋପସାଗରେ ସୃଷ୍ଟି ହୋଇ ଆସନ୍ତା ୨୫ ତାରିଖକୁ ପୂର୍ବ ଭାରତ ଉପକୂଳ ଆଡ଼କୁ ମୁହାଁଇପାରେ । ଏହା ଘନୀଭୂତ ହୋଇ ଅବପାତ ରୂପ ବି ନେଇପାରେ ବୋଲି କହିଛି ପାଣିପାଗ ବିଭାଗ । ଯଦି ପାଗ ଅନୁକୁଳ ରୁହେ ତେବେ ଆସନ୍ତା ମେ’ ୩୧ ତାରିଖବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳରେ ପ୍ରବେଶ କରିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.