Latest Odisha News

BREAKING NEWS

ନବୀନ, ନଡ୍ଡାଙ୍କ ପ୍ରଚାରରେ ଦୁଲୁକିବ ରାଜଧାନୀ: ସକାଳେ ବିଜେପି, ସନ୍ଧ୍ୟାରେ ବିଜେଡିର ମେଗା ରୋଡ଼ ସୋ’

ଭୁବନେଶ୍ୱର: ଆଜି ନିର୍ବାଚନ ପ୍ରଚାରରେ ଦୁଲୁକିବ ରାଜଧାନୀ। ବିଜେଡି ଓ ବିଜେପିର ଦୁଇ ହେବିୱେଟ ମେଗା ରୋଡ ସୋ କରିବେ। ସକାଳ ସାଢେ ୯ଟାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମାଉସୀ ମା’ ମନ୍ଦିରଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଏହି ଶୋ’ କରିବେ। ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଙ୍ଗନଗର ଛକରୁ ମେଗା ରୋଡ ସୋରେ ବାହାରିବେ। ଏକାମ୍ରର କିଛି ଅଞ୍ଚଳ ଓ ମଧ୍ୟ ନିର୍ବାଚନମଣ୍ଡଳୀର ଏକାଧିକ ସ୍ଥାନରେ ପାୱାର ସୋ କରିବେ ନବୀନ। ଆସନ୍ତା ୩ ଦିନ ଯାଏ ଓଡିଶାକୁ ବିଜେପି ଓ କଂଗ୍ରେସ ହେବିୱେଟଙ୍କ ସୁଅ ଛୁଟିବ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସାରିଛନ୍ତି। ପରେ ଏକ ହୋଟେଲରେ ବିଜେପି ମହିଳା କାର୍ଯ୍ୟକର୍ତ୍ତାଙ୍କ ସହ ଏକ ବୈଠକ କରିଛନ୍ତି। ଆଜି ରାଜଧାନୀରେ ରୋଡ୍‌ ଶୋ’ କରିବା ପରେ ଅପରାହ୍ନରେ ବରଗଡ଼ ଜିଲ୍ଲାର ପଦ୍ମପୁର ଓ ସୁନ୍ଦରଗଡ଼ ନିର୍ବାଚନୀ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ରୋଡ ସୋ କରିବେ ନବୀନ। ବିଭିନ୍ନ ଛକରେ ଜନସମାବେଶକୁ ସମ୍ବୋଧିତ କରିବେ। ନବୀନଙ୍କ ରୋଡ ସୋ ପାଇଁ ବ୍ୟାପକ ପ୍ରସ୍ତୁତ କରିଛି ବିଜେଡି।

ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ପାଇଁ ଆଦି ୩ ଜଣ ହେଭିଓ୍ବେଟ୍‌ ନେତା ବରଗଡ଼ ଜିଲ୍ଲା ଗସ୍ତରେ ଅଛନ୍ତି। ସେମାନଙ୍କ ମଧ୍ୟରେ ଜେପି ନଡ୍ଡା, ଆସାମ ରାଜ୍ୟପାଳ ହିମନ୍ତ ବିଶ୍ବଶର୍ମା ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ରହିଛନ୍ତି‌। ଆଜି ଅପରାହ୍ନ ୧ଟା ୧୫ ମିନିଟ୍‌ରେ ଜେପି ନଡ୍ଡା ବରଗଡ଼ ଜିଲ୍ଲା ପଦ୍ମପୁର ଅଶୋକ ପଡ଼ିଆରେ, ଅପରାହ୍ନ ୧ଟାରେ ଆସାମ ରାଜ୍ୟପାଳ ହିମନ୍ତ ବିଶ୍ବଶର୍ମା ଅତାବିରା ନିର୍ବାଚନ ମଣ୍ଡଳୀ ଭେଡେନ ବ୍ଲକ ଅନ୍ତର୍ଗତ ବାନିପାଲି ପଡ଼ିଆ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ବିଜେପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ହେବାକୁ ଥିବା ସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

 

Leave A Reply

Your email address will not be published.