Latest Odisha News

BREAKING NEWS

୬ଟି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ର ପାଣିପାଗ କେନ୍ଦ୍ର ଆସନ୍ତା କିଛି ଘଣ୍ଟା ମଧ୍ୟରେ ରାଜ୍ୟର ୬ ଟି ଜିଲ୍ଲାରେ ବଜ୍ରପାତ ସହିତ ପ୍ରବଳ ବୃଷ୍ଟିପାତ ହେବାର ସତର୍କ ସୂଚନା ଦେଇଛନ୍ତି ।

ଯେଉଁ ଜିଲ୍ଲା ଗୁଡ଼ିକ ଲାଗି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ କରାଯାଇଛି, ସେହି ଜିଲ୍ଲା ଗୁଡ଼ିକ ହେଲା କଟକ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, ଗଞ୍ଜାମ ଓ କନ୍ଧମାଳ ।

କିଛି ଜିଲ୍ଲାର ୨/୩ଟି ସ୍ଥାନରେ ପ୍ରବଳ ବଜ୍ରପାତ ହେବା ସହିତ ପ୍ରଚୁର ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ବାହାରକୁ ନ’ବାହାରିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ କେନ୍ଦ୍ରର କର୍ତ୍ତୃପକ୍ଷ ।

ପାଣିପାଗ କେନ୍ଦ୍ର ସୂତ୍ରରୁ ମଧ୍ୟ ଜଣାପଡ଼ିଛି, ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ରୌଦ୍ରତାପ ଜାରି ରହିବ । ତେବେ ୨୪ ଘଣ୍ଟା ପରେ ସ୍ୱାଭାବିକ ମୌସୁମୀ ଜନିତ ବୃଷ୍ଟିପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି । ତେବେ ଜୁନ ୨୩ ରୁ ୨୫ ତାରିଖ ମଧ୍ୟରେ ସମଗ୍ର ରାଜ୍ୟରେ ବାର୍ଷିକ ମୌସୁମୀ ବର୍ଷା ହେବ ବୋଲି କହିଛନ୍ତି ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀ ।

Leave A Reply

Your email address will not be published.