Latest Odisha News

BREAKING NEWS

ଜୁଲାଇ ୧ ରେ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ: ସମ୍ଭାବ୍ୟ ପ୍ରାର୍ଥୀଙ୍କ ସହ କରିବେ ଆଲୋଚନା !

ଭୁବନେଶ୍ୱର/ନୂଆଦିଲ୍ଲୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ତାଙ୍କର ଜୁଲାଇ ୧ତାରିଖ ଦିନ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି, ଏବଂ ଏହି ଦିନ ହିଁ ସେ ତିନିଟି ଜିଲ୍ଲାର ସମ୍ଭାବ୍ୟ ପ୍ରାଥିୀମାନଙ୍କ ସହିତ ସାକ୍ଷାତ ଆଲୋଚନା କରିବେ ବୋଲି ରାଜ୍ୟ ବିଜେପି ସୂତ୍ରରୁ ଜଣାପଡ଼ିଛି ।

୨୦୧୯ ସାଧାରଣ ନିର୍ବାଚନ ଲାଗି ଅମିତ ଶାହା ଏବେ ବେଶ୍ ତତ୍ପର । ଓଡ଼ିଶାରେ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ନିର୍ବାଚନ ମଣ୍ଡଳୀକୁ ମଜବୁତ କରିବାକୁ ଦଳ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଜୁଲାଇ ୧ତାରିଖ ଦିନ ୩ଟି ଜିଲ୍ଲାର ନିର୍ବାଚନ ମଣ୍ଡଳୀର ସମ୍ଭାବ୍ୟ ଦଳୀୟ ପ୍ରାର୍ଥୀମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ତେବେ କଟକ, ପୁରୀ ଓ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ସମସ୍ତ ନେତା ଏବଂ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ଚୟନ କରି ୩ଟି ଜିଲ୍ଲାର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବେ ବିଜେପି ଅଧ୍ୟକ୍ଷ ଶାହା ।

ରାଜ୍ୟ ବିଜେପି କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି, ଅମିତ ଶାହା ତାଙ୍କର ଏହି ଗସ୍ତ ସମୟରେ ରାଜ୍ୟର ସମସ୍ତ ବରିଷ୍ଠ ନେତା ଓ କୋର କମିଟିର କାର୍ଯ୍ୟକର୍ତ୍ତାମାନଙ୍କ ସହିତ ସାକ୍ଷାତ ଆଲୋଚନା କରିବେ ।

ଏଠାରେ ସୂଚନାଯୋଗ୍ୟ କେବଳ ଅମିତ ଶାହା ନୁହଁନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜୁଲାଇ ମାସରେ ଓଡ଼ିଶା ଗସ୍ତରେ ଆସୁଛନ୍ତି । ମୋଦି ପଶ୍ଚିମ ଓଡ଼ିଶାରେ ଝାରସୁଗୁଡା ବିମାନବନ୍ଦର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏପଟେ ଶାହା ଉପକୂଳବର୍ତ୍ତୀ ଜିଲ୍ଲାକୁ ଦଳୀୟ କାର୍ଯ୍ୟରେ ଗସ୍ତ କରିବେ ।

Comments are closed.