Latest Odisha News

BREAKING NEWS

ପ୍ରସ୍ତୁତ ହେଉଛି ଭୁବନେଶ୍ୱର; ଆସନ୍ତା ଫେବୃଆରୀରେ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ !

ନୂଆଦିଲ୍ଲୀ/ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ହେବ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ । ୨୦୨୧ ଫେବୃଆରୀ ୧୭ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଏହି ଫୁଟବଲ୍ ମହାକୁମ୍ଭ ଆୟୋଜିତ ହେବା ନେଇ ଅଖିଳ ଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫଏଫ) ଏବଂ ଲୋକାଲ୍ ଅର୍ଗାନାଇଜିଂ କମିଟି (ଏଲଓସି) ମଙ୍ଗଳବାର ଦିନ ସୂଚନା ପ୍ରଦାନ କରିଛନ୍ତି ।

ଏହି ବିଶ୍ୱକପ ଭାରତର ୫ଟି ସ୍ଥାନରେ ଆୟୋଜିତ ହେବ ଏବଂ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ତନ୍ମଧ୍ୟରୁ ଗୋଟିଏ ସ୍ଥାନ ବୋଲି ଜଣାପଡ଼ିଛି । ଭୁବନେଶ୍ୱର ସମେତ ନଭି ମୁମ୍ବାଇ, ଗୌହାଟୀ, ଅହମ୍ମଦାବାଦ ଏବଂ କୋଲକାତାରେ ଏହି ଟୁର୍ଣ୍ଟାମେଣ୍ଟର ମ୍ୟାଚ୍ ଖେଳାଯିବ । ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଗତ ନଭେମ୍ବର ୨ରୁ ୨୧ ମଧ୍ୟରେ ଆୟୋଜିତ ହେବାର ଥିଲା ମାତ୍ର କରୋନା ମହାମାରୀ ଯୋଗୁଁ ଟୁର୍ଣ୍ଣାମେଣ୍ଟସ୍ଥଗିତ ଘୋଷଣା ହୋଇଥିଲା ।

ଅଧିକ ପଢନ୍ତୁ: ୨୦୩୨ ଅଲିମ୍ପିକ୍ସ ପାଇଁ ବିଡ୍ ଦାଖଲ କରିବ ଭାରତ

ଏହି ଘୋଷଣା ସମ୍ପର୍କରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, “ଫିଫା, ଏଆଇଏଫଏଫ ଏବଂ ଏଲଓସିର ନିଷ୍ପତ୍ତିକୁ ମୁଁ ସ୍ୱାଗତ କରୁଛି । ଫିଫାର ଗୁଣାତ୍ମକକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଲାଗି ସାଧ୍ୟମତେ ଚେଷ୍ଟା କରିବେ । ଲକ୍ଡାଉନ୍ ପରିସ୍ଥିତି ଅପସରି ଗଲାପରେ ରାଜ୍ୟ ସରକାର ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିବେ ।”

Leave A Reply

Your email address will not be published.