Latest Odisha News

BREAKING NEWS

ଜୟାଙ୍କ ସମର୍ଥନରେ ବାହାରିଲେ ହେମା

ନୂଆଦିଲ୍ଲୀ: ଡ୍ରଗ୍ସ ଲିଙ୍କକୁ ନେଇ ଏନେ ଟାର୍ଗେଟରେ ବଲିଉଡ । ଅଭିନେତା ତଥା ବିଜେପି ସାଂସଦ ରବି କିଶନ ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡ୍ରଗ୍ସ ଲିଙ୍କ ପ୍ରସଙ୍ଗକୁ ଲୋକସଭାରେ ଉଠାଇଥିଲେ । ଏହାକୁ ‘ଗଟର’ ବୋଲି କହିଥିଲେ । ତେବେ ଏହାକୁ ନେଇ ରାଜ୍ୟସଭାରେ ସାଂସଦ ଜୟା ବଚ୍ଚନ କଡଳ ପ୍ରତ୍ରିକିୟା ଦେଇଥିଲେ । ସେ କହିଥିଲେ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ବଦ୍‌ନାମ କରିବା ଠିକ୍ ନୁହେଁ । ଏବେ ଏହି ପ୍ରସଙ୍ଗରେ ଜୟାଙ୍ଗ ସମର୍ଥନରେ ବାହାରିଛନ୍ତି ଅଭିନେତ୍ରୀ ତଥା ବିଜେପି ସାଂସଦ ହେମା ମାଳିନୀ । ହେମା କହିଛନ୍ତି କେବଳ ବଲିଉଡ ଇଣ୍ଡଷ୍ଟ୍ରିରେ ହିଁ କାହିଁକି ଡ୍ରଗ୍ସ ମାମଲାରେ ଆଲୋଚନା ହେଉଛି । ଡ୍ରଗ୍ସ ଦୁନିଆରେ ସବୁଆଡେ ଚାଲିଛି, ଅନ୍ୟ ଇଣ୍ଡଷ୍ଟ୍ରିରେ ମଧ୍ୟ ଚାଲିଛି, ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ହେଉଥିବ କିନ୍ତୁ ତା ମାନେ ନୁହେଁ ଯେ ଇଣ୍ଡଷ୍ଟ୍ରି ଖରାପ । ବଲିଉଡକୁ ଲୋକେ ଯେଉଁଭଳି ଭାବେ ଟାର୍ଗେଟ୍ କରୁଛନ୍ତି ତାହା ଠିକ୍ ନୁହେଁ ବୋଲି ହେମା କହିଛନ୍ତି ।

ବଲିଉଡରେ ଅନେକ ମହାନ କଳାକାର ନିଜର ପ୍ରତିଷ୍ଠା ସ୍ଥାପନ କରିଛନ୍ତି । ରାଜ କପୁର, ଦେବ ଆନନ୍ଦ, ଧର୍ମେନ୍ଦ୍ର, ଅମିତାଭଙ୍କ ଉଦାହରଣ ଦେଇ ବଲିଉଡକୁ ଭାରତ ବୋଲି କହିଛନ୍ତି ହେମା । ସେହି ବଲିଉଡ ଇଣ୍ଡଷ୍ଟ୍ରିକୁ ଲୋକେ ଯଦି ବଦନାମ କରିବାକୁ ଚେଷ୍ଟା କରିବେ, ପରିହାସ କରିବେ ତାହେଲେ ସେ କଦାପି ସହିବେନି ବୋଲି କହିଛନ୍ତି ।

Leave A Reply

Your email address will not be published.