Latest Odisha News

BREAKING NEWS

ସ୍କୁଲରେ କିଚେନ୍ ଗାର୍ଡେନ୍‌

ଭୁୁବନେଶ୍ୱର: ସ୍କୁଲରେ ଆରମ୍ଭ ହୋଇଛି କିଚେନ୍ ଗାର୍ଡେନ । ରାଜ୍ୟ ସରକାର ଏହାକୁ ଆରମ୍ଭ କରିଛନ୍ତି । ମଧ୍ୟନ୍ନ ଭୋଜନ ଯୋଜନା ଅଧିନରେ ଏହି ଯୋଜନା ଚାଲିଛି। ଏ ନେଇ ରାଜ୍ୟର 43ହଜାର ସ୍କୁଲକୁ 5 ହଜାର ଟଙ୍କା ଦିଆଯାଇଛି। ଏଥିରେ ଜିଲ୍ଲା ଉଦ୍ୟାନ କୃଷି ବିଭାଗ କିଟ ଦେବ ।

ସ୍କୁଲ ପରିସରରେ ବିଭିନ୍ନ ପନିପରିବା ଲଗାଯିବ। ସ୍କୁଲ ଖୋଲିଲେ ସେହି ପନିପରିବାରୁ ମଧ୍ୟନ୍ନ ଭୋଜନ ପ୍ରସ୍ତୁତ ହେବ। ବର୍ତ୍ତମାନ କେବଳ ସ୍କୁଲ କର୍ତ୍ତୃପକ୍ଷ ଏହି ଚାଷ ସ୍କୁଲ ପରିସରରେ କରିବେ। ସ୍କୁଲ ଖୋଲିଲେ, ଛାତ୍ରଛାତ୍ରୀଙ୍କୁ ବି ଏଥିରେ ସାମିଲ କରାଯିବ। ନୂତନ ଶିକ୍ଷା ନୀତି ଅନୁସାରେ, ଛାତ୍ରଛାତ୍ରୀଙ୍କୁ କୃଷି ଜ୍ଞାନ ପାଇବା ପାଇଁ ଏହା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ।

Leave A Reply

Your email address will not be published.