Latest Odisha News

BREAKING NEWS

ଲାଲୁଙ୍କୁ ଭେଟିଲେ ହେମନ୍ତ ସୋରେନ, ମିଳିତ ଭାବେ ଲଢ଼ିବେ କି ବିହାର ନିର୍ବାଚନ??

ରାଞ୍ଚି: ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଛନ୍ତି । ମିଳିତ ଭାବେ ବିହାର ନିର୍ବାଚନ ଲଢ଼ିବା ଲାଗି ଆଲୋଚନା କରିଛନ୍ତି ।

ଶନିବାର ସ୍ଥାନୀୟ ଆରଆଇଏମଏସ ରେ ଆରଜେଡି ସଭାପତି ଲାଲୁ ପ୍ରସାଦଙ୍କୁ ଭେଟି କହିଛନ୍ତି ଯେ ସେମାନେ ବିହାର ନିର୍ବାଚନରେ ​​ଏକାଠି ଲଢ଼ିବେ । ସୋରେନ୍ ପ୍ରସାଦଙ୍କ ସହିତ ଆରଆଇଏମଏସ ନିର୍ଦ୍ଦେଶକଙ୍କ ବଙ୍ଗଳା ଠାରେ ଏକ ଘଣ୍ଟାରୁ ଅଧିକ ସମୟ ଅତିବାହିତ କରିଛନ୍ତି । ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (RIMS) ରୁ ବାହାରକୁ ଆସି ସୋରେନ ଗଣମାଧ୍ୟମକୁ କହିଛନ୍ତି ଯେ ଦୁଇ ଦଳ ବିହାର ନିର୍ବାଚନକୁ ଏକାଠି ଲଢ଼ିବେ ।

ଝାଡଖଣ୍ଡର ସୋରେନଙ୍କ ନେତୃତ୍ୱରେ ମିଳିତ ସରକାରରେ ଆରଜେଡି ଏକ ଅଂଶୀଦାର। ଜେଏମଏମ ବ୍ୟତୀତ କଂଗ୍ରେସ ମଧ୍ୟ ରାଜ୍ୟରେ ସରକାରଙ୍କ ଏକ ଅଂଶ। ଅକ୍ଟୋବର-ନଭେମ୍ବରରେ ମତଦାନ ହେବାର ସମ୍ଭାବନା ଥିବା ବିହାରରେ ଜେଏମ୍ଏମ୍ କେତେ ପ୍ରାର୍ଥୀ ଦେବେ ସେନେଇ ପଚରାଯାଇଥିବା ବେଳେ କିଛି ସମୟ ଅପେକ୍ଷା କରିବାକୁ ସୋରେନ୍ କହିଛନ୍ତି ।

ସୂଚନା ଥାଉ କି ଜେଏମଏମ ଗ୍ରାଣ୍ଡ ଆଲାଇନ୍ସ ଅଧୀନରେ ବିହାରରେ ୧୨ଟି ସିଟ୍ ଦାବି କରିଛି। କିନ୍ତୁ, ସେଠାରେ ବିରୋଧୀ ଦଳର ନେତୃତ୍ୱ ନେଉଥିବା ଆରଜେଡି ସୂଚାଇ ଦେଇଛି ଯେ ଝାଡଖଣ୍ଡ ଭିତ୍ତିକ ଆଞ୍ଚଳିକ ଦଳକୁ ଆରଜେଡ଼ି ୨-୩ରୁ ଅଧିକ ସିଟ୍ ଛାଡିବ ନାହିଁ।

ବିହାରରେ ଥିବା ମହାଗଠବନ୍ଧନ (ଗ୍ରାଣ୍ଡ ଆଲାଇନ୍ସ) ରେ ଆରଜେଡି, କଂଗ୍ରେସ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉପେନ୍ଦ୍ର କୁଶୱାହାଙ୍କ ଆରଏଲଏସପି ଏବଂ ବଲିଉଡର ସେଟ୍ ଡିଜାଇନର୍ ମୁକେଶ ସାହନି ଆଦି ଭିଆଇପି ରହିଛନ୍ତି।

Comments are closed.