Latest Odisha News

ମା’ଲକ୍ଷ୍ମୀଙ୍କ ମାନଭଞ୍ଜନ

ପୁରୀ: ଶ୍ରୀକ୍ଷେତ୍ର ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ରଥଯାତ୍ରା ମହାପ୍ରଭୁ ବଡ଼ ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀଗୁଣ୍ଡିଚା ଯାତ୍ରାରେ ଯାଇଛନ୍ତି । ତେବେ ସାଙ୍ଗ ରେ ପତ୍ନୀ ଲକ୍ଷ୍ମୀଙ୍କୁ ନେଇ ନାହାନ୍ତି । ଏଣୁ ଭଗବତୀ ଲକ୍ଷ୍ମୀ ମହାପ୍ରଭୁଙ୍କୁ ଦେଖା କରିବାକୁ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା କରନ୍ତି । ଏହାକୁ ହେରା ପଞ୍ଚମୀ ନୀତି କୁହାଯାଏ । ଘୋଷଯାତ୍ରାର ପଞ୍ଚମ ଦିବସ ତଥା ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଥାଏ । ତେବେ ପୁରାଣରେ ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିରକୁ ଫେରାଇ ଆଣିବା ପାଇଁ ଭଗବତୀ ଦେବୀ ଲକ୍ଷ୍ମୀ ନିଜର ବଡ଼ ଭଉଣୀ ଦେବୀ ବିମଳାଙ୍କ ପରାମର୍ଶ ଲୋଡ଼ନ୍ତି । ଦେବୀ ବିମଳା ସ୍ବାମୀଙ୍କୁ ନିଜ ଆୟତ୍ତକୁ ଆଣିବା ପାଇଁ ସ୍ବତନ୍ତ୍ର ମନ୍ତ୍ରିତ ମୋହ ଚୁର୍ଣ୍ଣ ଦେଇ ଗୁଣ୍ଡିଚା ମନ୍ଦିର ଯାତ୍ରା ନେଇ ପରାମର୍ଶ ଦେଇଥାନ୍ତି ।ହେରା ପଞ୍ଚମୀ ଦିନ ଶ୍ରୀମନ୍ଦିର ଭଣ୍ଡାର ଘରେ ବିଜେ ହୋଇ ଥିବା ଲକ୍ଷ୍ମୀ ଠାକୁରାଣୀଙ୍କୁ ମହାଜନ ସେବକଆମାନେ ଆଣି ଥାନ୍ତି। ପରେ ଭଗବତୀ ଲକ୍ଷ୍ମୀଙ୍କୁ ପାଟ ଶାଢ଼ୀ, ଅଳଙ୍କାର ଆଦିରେ ସଜାଯାଇ ଏକ ସ୍ବତନ୍ତ୍ର ବିମାନରେ ଘଣ୍ଟ, କାହାଳୀ, ଛତା ସହ ବଡ଼ ଦାଣ୍ଡ ଦେଇ ଗୁଣ୍ଡିଚା ଘରକୁ ଯାତ୍ରା କରନ୍ତି । ସେଠାରେ ମା ଲକ୍ଷ୍ମୀ ଙ୍କୁ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇ ଥାଏ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କର ସନ୍ଧ୍ୟା ଧୂପ ପରେ ଆଡ଼ପ ମଣ୍ଡପରେ ଦେଢ଼ଶୁର ଶ୍ରୀବଳଭଦ୍ର ଥିବାରୁ ମା ଲକ୍ଷ୍ମୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଡ଼ ଆଖରେ ଚାହିଁଥାନ୍ତି ।

ମହାପ୍ରଭୁ ପତ୍ନୀ ଲକ୍ଷ୍ମୀଙ୍କ କ୍ରୋଧକୁ ଜାଣି ପାରି ଏହାକୁ ଶାନ୍ତ କରିବା ପାଇଁ ପ୍ରଭୁ ଏକ ମାଳ ପ୍ରଦାନ କରିଥାନ୍ତି। ପରେ ଭଗବତୀ ଲକ୍ଷ୍ମୀଙ୍କ କ୍ରୋଧ କମିବା ସହ ଗୁଣ୍ଡିଚା ଘର ନାକଚଣା ଦ୍ବାର ଦେଇ ବଡ଼ ଦାଣ୍ଡ ପଟେ ନ ଫେରି ହେରା ଗୋହିରୀ ସାହି ଦେଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରନ୍ତି। ପ୍ରତ୍ୟାବର୍ତ୍ତନ ସମୟରେ ଭଗବତୀ ଲକ୍ଷ୍ମୀ ନନ୍ଦିଘୋଷ ରଥ ନିକଟକୁ ଯାଇ ଅଭିମାନରେ ରଥ ଏକ ଅଂଶ ଭାଙ୍ଗି ଦେଇଥାନ୍ତି 

ଭଗବତୀ ଲକ୍ଷ୍ମୀ କ୍ରୋଧରେ ପ୍ରଭୁ ଜଗନ୍ନାଥଙ୍କ ରଥ ଭାଙ୍ଗିଦିଅନ୍ତି କିନ୍ତୁ ରାଗ ଶାନ୍ତ ପରେ ଏ ନେଇ ପଶ୍ଚାତାପ କରିବା ସହ ବଡ଼ ଦାଣ୍ଡ ନେଦେଇ ଅନ୍ୟ ରାସ୍ତା ବାଟେ ତଥା ହେରା ଗୋହରି ସାହି ଦେଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରନ୍ତି । ପର ଦିନ ମହାପ୍ରଭୁଙ୍କ ଆଜ୍ଞା ମାଳ ବିଜେ ପରେ ରଥକୁ ଦକ୍ଷିଣମୋଡ଼ କରାଯାଇ ବାହୁଡା ଯାତ୍ରା ନେଇ ପ୍ରସ୍ତୁତି ହୋଇଥାଏ ।

Leave A Reply

Your email address will not be published.