Latest Odisha News

BREAKING NEWS

ରୋଗ ପ୍ରତିରୋଧକ ଶକ୍ତି ବଢାଏ ବାସି ଭାତ !

ଭୁବନେଶ୍ୱର: ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଖାଦ୍ୟ ଖଇଥାଉ । ଆମ ଦେଶର ଅଧିକାଂଶ ଲୋକ ପ୍ରାୟ ଭାତକୁ ଏକ ମୁଖ୍ୟ ଖାଦ୍ୟ ରୂପେ ଖାଇଥାନ୍ତି । ଏପରକି ଅନେକ ସମୟରେ ବଳକା ଭାତକୁ ଲୋକେ ଫୋପାଡି ଦେଇଥାନ୍ତି । କାରଣ ବାସି ଭାତ ଖାଇବା ଶରୀର ପାଇଁ କ୍ଷତିକାରକ ବୋଲି ଅନେକ ଲୋକ ଭାବିଥାନ୍ତି ।

କିନ୍ତୁ କ’ଣ ଆପଣ ଜାଣିଛନ୍ତି ଏହି ବାସି ଭାତ ଖାଇବା ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏହା ଆମ ଶରୀରରେ ଥିବା କେତେକ ରୋଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

ଆସନ୍ତୁ ଜାଣିବା ଏହା ସମ୍ପର୍କରେ…

ଏକ ପରୀକ୍ଷାରୁ ଜଣାପଡିଛି ଯେ, ବାସି ଭାତରେ ଭରପୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଥାଏ । ଯଦି ଆପଣ ୧୦୦ ଗ୍ରାମର ଗରମ ଭାତ ଖାଉଛନ୍ତି । ତାହା ହେଲେ ସେଥିରୁ ୩.୪ ମିଲିଗ୍ରାମ ଆଇରନ ମିଳିଥାଏ । କିନ୍ତୁ ଏହି ଭାତକୁ ଯଦି ଗୋଟିଏ ରାତି ରଖି (ପାଖାପାଖି ୧୨ ଘଣ୍ଟା )ପରଦିନ ସକାଳେ ପ୍ରାତଃଭୋଜନରେ ଖାଇବେ ତେବେ ଏଥିରେ ଆଇରନର ଭାଗ ବଢି ୭୩.୯୧ ପ୍ରତିଶତରେ ପହଞ୍ଚିଥାଏ । କେବଳ ଆଇରନ ଭାଗ ନୁହେଁ ବାସୁ ଭାତରେ ସୋଡିୟମ, ପୋଟାସିୟମ, କ୍ୟାଲସିୟମର ପଣିମାଣ ମଧ୍ୟ ବୃଦ୍ଧିପାଇଥାଏ ବୋଲି ଜଣାପଡିଛି।

ବାସି ଭାତରେ ଅଧିକା ମାତ୍ରାରେ ଫାଇବର ରହିଥାଏ । ଯାହା କୋଷ୍ଟାକାଠିନ୍ୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ । ଏହାଛଡା ପେଟ ଗରମ ହୋଇ ଯେଉଁ ସବୁ ସମସ୍ୟା ଦେଖାଯାଇଥାଏ ତାହା ବାସି ଭାତ ଖାଇବା ଦ୍ୱାରା ଦୂର ହୋଇଥାଏ ।

Leave A Reply

Your email address will not be published.