Latest Odisha News

BREAKING NEWS

ଉଦାହରଣ ସାଜିଲେ ଜିଲ୍ଲାପାଳ, ନିଜେ ରୋକିଦେଲେ ନିଜ ଦରମା

ଜବଲପୁର: ସାଧାରଣ ଲୋକଙ୍କ ଅଭିଯୋଗର ସମାଧନରେ ବିଳମ୍ବ ହେବାରୁ ନିଜକୁ ଦଣ୍ଡ ଦେଲେ ଜିଲ୍ଲାପାଳ । ନିଜେ ରୋକିଦେଲେ ନିଜ ଦରମା । ମଧ୍ୟପ୍ରଦେଶର ଜବଲପୁରର ଜିଲ୍ଲାପାଳ ନିଜେ ନିଜ ଦରମା ବନ୍ଦ କରି ଉଦାହରଣ ପାଲଟିଛନ୍ତି । ଡିସେମ୍ବର ମାସ ପାଇଁ ଜିଲ୍ଲାପାଳ ତାଙ୍କ ସହ ଥିବା ଅନ୍ୟ ଅଫିସରମାନଙ୍କ ଦରମାକୁ ମଧ୍ୟ ଅଟକାଇ ଦେଇଛନ୍ତି । ଏହା ସହିତ ସେ କେତେକ ସହସିଲଦାରଙ୍କ ଦରମା ବୃଦ୍ଧିକୁ ମଧ୍ୟ ବନ୍ଦ କରି ଦେଇଛନ୍ତି ।

ଅଧିକାରୀମାନଙ୍କୁ ସମ୍ବେଦନଶୀଳ ହେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସେ ଧାର୍ଯ୍ୟ ସମୟ ମଧ୍ୟରେ ଅଭିଯୋଗର ସମାଧାନ ପାଇଁ ମଧ୍ୟ କହିଥିଲେ। ବିଚାରାଧୀନ ଅଭିଯୋଗର ସମାଧାନ ପାଇଁ ସେ ଡିସେମ୍ବର ୩୧ କୁ ଧାର୍ଯ୍ୟ କରିଛନ୍ତି।

ଜିଲ୍ଲାପାଳ କରମବୀର ଶର୍ମା ସୋମବାର ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ହେଲ୍ପଲାଇନ ଅଭିଯୋଗ ବିଭାଗର ସମୀକ୍ଷା କରିଥିଲେ । ୧୦୦ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଅଭିଯୋଗ ବିଚାରାଧୀନ ରହିବା ପରେ ସେ ଏହି ନିର୍ଦ୍ଦେଶ ଜାରି କରିଥିଲେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ଟ୍ରେଜେରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.