Latest Odisha News

BREAKING NEWS

ଶର୍ଟ ବୋଲିଂ ପ୍ରଶ୍ନ ନେଇ ରାଗିଗଲେ ଶ୍ରେୟାଶ ଆୟାର

ମୁମ୍ବାଇ: ଦିନିକିଆ ବିଶ୍ୱକପ ୨୦୨୩ ସଂସ୍କରଣରେ ଭାରତ କ୍ରମାଗତ ୭ଟି ମ୍ୟାଚରେ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛି । ଶ୍ରୀଲଙ୍କା ବିପକ୍ଷ ମୁକାବିଲାରେ ଭାରତ ପକ୍ଷରୁ ବିରାଟ କୋହଲି, ଶୁଭମନ ଗିଲ ଓ ଶ୍ରେୟାଶ ଆୟାର ଭଲ ପ୍ରଦର୍ଶନ କରିଥିଲେ । ଆୟାର ୫୬ ବଲରେ ୮୨ ରନ କରିଥିଲେ । ମ୍ୟାଚ ପରେ ଆୟୋଜିତ ପ୍ରେସ କନଫେରେନ୍ସରେ ଶର୍ଟ ବୋଲିଂକୁ ସାମ୍ନା କରିବା ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ଆୟାର ରାଗି ଯାଇଥିଲେ । ସେ ଏହାର ଉତରରେ କହିଥିଲେ ଆପଣମାନେ କଣ ଚାହୁଁଛନ୍ତି ? ମ୍ୟାଚରେ ମୁଁ ଭଲ ପୁଲ ଶଟ ଖେଳିଥିଲେ । ଜଣେ ବ୍ୟାଟ୍ସମ୍ୟାନ ଯେ କୌଣସି ବଲରେ ବି ଆଉଟ ହୋଇପାରେ । ୨/୩ ଥର ଶର୍ଟ ବଲରେ ଆଉଟ ହେବାରେ ମାନେ ନୁହେଁ ଯେ, ମୁଁ ଏହାକୁ ଖେଳିପାରୁ ନାହିଁ । କାଲି ଲଗାତାର ବୋଲ୍ଡ ହେଲେ କହିବେ ଇନ ସୁଇଂ ବଲ ଖେଳିପାରୁନି ।

ଆପଣମାନେ ଖବର ମାଧ୍ୟମରେ ମନେ ମନେ କିଛି ସୃଷ୍ଟି କର ନାହିଁ ବୋଲି ସେ କହିଥିଲେ । ଆୟାର ୫୬ ବଲରେ ୮୨ ରନର ଇନିଂସ ଖେଳିଥିଲେ । ତେବେ ଆୟାର ପ୍ରତିକ୍ରିୟାଶୀଳ ହେବା ଘଟଣାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି । ଭାରତ ଏହି ମ୍ୟାଚରେ ୩୫୭ ରନ କରିଥିଲା । ଜବାବରେ ଶ୍ରୀଲଙ୍କା ୫୫ ରନରେ ଆଉଟ ହୋଇ ଯାଇଥିଲା ।

Leave A Reply

Your email address will not be published.