Latest Odisha News

BREAKING NEWS

ବର୍ଷାଙ୍କୁ ହାଇକୋର୍ଟଙ୍କ ଆଶ୍ୱସ୍ତି: ଦୁଇଟି ମାମଲାରେ ପଡିଲା ପୂର୍ଣ୍ଣଛେଦ

ଭୁବନେଶ୍ୱର :ଆଶ୍ୱସ୍ତ ହେଲେ ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବର୍ଷାଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି । ବର୍ଷାଙ୍କ ବିରୋଧରେ ହୋଇଥିବା ୨ଟି ମାମଲାରେ ସତ୍ୟତା ନଥିବା ଦର୍ଶାଇ ଆଗକୁ ଆଉ ଏହାର ଶୁଣାଣି ହେବ ନାହିଁ ବୋଲି କହିଛନ୍ତି କୋର୍ଟ । ଏହି ଆଦେଶ ପରେ ବର୍ଷାଙ୍କ ନାଁରେ ହୋଇଥିବା ଦୁଇଟି ମାମଲାରେ ପଡିଲା ପୂର୍ଣ୍ଣଛେଦ ।
କୋର୍ଟଙ୍କ ଏହି ରେ ଶୁଣିବା ପରେ ନିଜ ଇନ୍ସଟାରେ ଏକ ପୋଷ୍ଟ କରି ବର୍ଷା କହିଛନ୍ତି । ନିଜର ଖୁସି ଜାହିର କରି ବର୍ଷା କହିଛନ୍ତି , ମୋ ନାଁରେ ଯେତେ ସବୁ ମିଥ୍ୟା ଅଭିଯୋଗ ଆଣି ମୋତେ ବଦ୍ନାମ କରିବା ପାଇଁ ଚେଷ୍ଟା କାରାଯାଉଥିଲା ସେ ସବୁର ଅନ୍ତ ଘଟିଛି । ହାଇକୋର୍ଟଙ୍କ ରାୟ ପରେ ଏହାର ପୂର୍ଣ୍ଣଛେଦ ପଡିଛି ।
ନିଜର ସ୍ୱାର୍ଥ ସାଧନ ପାଇଁ ଗରିବ ଲୋକମାନଙ୍କୁ ହୀନ ଉଦ୍ଦେଶ୍ୟରେ ମୋ ବିରୋଧରେ ବ୍ୟବହାର କରାଯାଉଥିଲା । ଏପରି ହୀନ ଉଦ୍ଦେଶ୍ୟମୂଳକ ଷଡଯନ୍ତ୍ର  ଅତ୍ୟନ୍ତ ଲଜ୍ଜାଜନକ । ମୋ ସହ ଯାହା ହେଲା ଆଉ କାହା ସହ ନ ହେଉ ବୋଲି ସେ କହିଛନ୍ତି । ବର୍ଷା ତାଙ୍କ ଇନଷ୍ଟା ପେଜରେ ଲେଖିଛନ୍ତି, ୨୦୨୦ରୁ ମୋତେ ଦାବି ଦେବାକୁ ଚେଷ୍ଟା କରାଯାଉଥିଲା । କିଛି ଦିନ ତଳେ ମୋ ସହ ମୋ ପରିବାରକୁ ସାମିଲ କରି ଆମ ବିରୋଧରେ ଷଡଯନ୍ତ୍ର କରି ସଙ୍ଗୀନ ଅଭିଯୋଗ ଅଣାଗଲା । ଯିଏ ଯାହା କଲେ, ମୋ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିଲେ ବି ମୁଁ ଭାଙ୍ଗି ପଡିବି ନାହିଁ ବୋଲି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି ।

ସୂଚନା ଥାଉ କି, ରାଜଧାନୀ ସ୍ଥିତ ସହୀଦନଗର ଏବଂ ଚନ୍ଦ୍ରଶେଖରପୁର ଥାନାରେ ବର୍ଷାଙ୍କ ନାଁରେ ଦୁଇଟି ଏତଲା ହୋଇଥିଲା । ଗୋଟିଏ ସହିଦନଗର ଥାନାରେ ବର୍ଷାଙ୍କ ନାଁରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗ ଓ ଅନ୍ୟଟି ଚନ୍ଦ୍ରଶେଖରପୁର ଥାନାରେ ଜାତିଆଣ ଆକ୍ଷେପ ନେଇ ଅଭିଯୋଗ । ଏହି ୨ଟି ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଯୋଗକାରୀ । ଏହି ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରି ହାଇକୋର୍ଟ ଭୁବନେଶ୍ୱର ଡିସିପିଙ୍କୁ ଅଭିଯୋଗର ସତ୍ୟାସତ୍ୟ ଯାଂଚ କରି ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଦୁଇଟିଯାକ ଏତଲା ପରୋକ୍ଷ ଇଙ୍ଗିତରେ ହୋଇଥିବା ଭୁବନେଶ୍ୱର ଡିସିପି ହାଇକୋର୍ଟକୁ ଜଣାଇବା ଏହାପରେ କୋର୍ଟ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।

Leave A Reply

Your email address will not be published.