Latest Odisha News

ସ୍ଥଗିତ ରହିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ

କଟକ : ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ । ଆସନ୍ତାକାଲି ଏହି ପୁରସ୍କାର ପ୍ରଦାନ କରାଯିବାର ଥିଲା । କିନ୍ତୁ ଏହା ପୂର୍ବରୁ ପୁରସ୍କାର ପ୍ରଦାନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଚଳଚ୍ଚିତ୍ର ପୁରସ୍କାର ପାଇଁ ଚୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରିଥିଲେ ନିର୍ଦ୍ଦେଶକ ବବି ଇସ୍‌ଲାମ୍ । ଏହାର ଶୁଣାଣି କରି ହାଇକୋର୍ଟ ଏହି ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ।

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଘୋଷଣା ହୋଇଥିବା ସମସ୍ତ ୨୭ଟି ବର୍ଗରେ ପୁନର୍ବିଚାର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରୀ ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାରକୁ ନେଇ କଳାକାର ସଂଘ ଓ ନିର୍ଦ୍ଦେଶକ, ପ୍ରଯୋଜକଙ୍କ ପକ୍ଷରୁ ପ୍ରକାଶ ପାଇଥିଲା ଅସନ୍ତୋଷ । ସଂଗୀତ ନିର୍ଦ୍ଦେଶକ ବବି ଇସଲାମ୍ କୋର୍ଟରେ ଏକ ମାମଲା କରିଥିଲେ । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ତାଲିକାରେ ସ୍ଥାନ ପାଇଥିବା ଦୁଇ ଚଳଚ୍ଚିତ୍ର ‘ଖୁସି’ ଓ ‘ଗୋଲମାଲ’ ବିରୋଧରେ କୋର୍ଟରେ ପିଟିସନ୍ ଦାଖଲ ହୋଇଥିଲା । ପୁରସ୍କାର ମନୋନୟନରେ ପାତରଅନ୍ତର ହୋଇଥିବା ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.