Latest Odisha News

BREAKING NEWS

ହିମାଚଳ ପ୍ରଦେଶ ରାଜନୀତି: ଇସ୍ତଫା ଦେଇନାହାଁନ୍ତି ମୁଖ୍ୟମନ୍ତ୍ରୀ

ହିମାଚଳ: ଘଡ଼ିକେ ଘଡ଼ି ବଦଳୁଛି ହିମାଚଳ ପ୍ରଦେଶ ରାଜନୀତି । ସୁଖୁ ସରକାର ରାଜ୍ୟସଭା ନିର୍ବାଚନ ପରେ ନମ୍ବର ଗେମରେ ଫସିଯାଇଛନ୍ତି । କ୍ରସ ଭୋଟିଂ ଏବଂ ମନ୍ତ୍ରୀଙ୍କ ଇସ୍ତଫା ଭିତରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ସ୍ପଷ୍ଟ କରିଛନ୍ତି ସେ ପଦରୁ ଇସ୍ତଫା ଦେଇନାହାଁନ୍ତି । ବିଜେପି ଏଭଳି ମିଛ ଖବର ପ୍ରଚାର କରୁଛି । ଏହା ସହ ମୁଖ୍ୟମନ୍ତ୍ରୀ ସୁଖୁ କହିଛନ୍ତି ଯେଉଁ ବିଧାୟକମାନେ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଛନ୍ତି ସେମାନେ ଆମ ସହ ଯୋଗାଯୋଗରେ ନାହାଁନ୍ତି । ବିଜେପି ଦଳକୁ ଭାଙ୍ଗିବାକୁ ଚାହୁଁଛି । ହେଲେ କଂଗ୍ରେସ ସବୁବେଳେ ଏକାଠି ରହିଛି ଆଉ ରହିବ । ହିମାଚଳ ପ୍ରଦେଶରେ ଲାଗି ରହିଥିବା ରାଜନୈତିକ ହଟଚମଟ ଭିତରେ ମୁଖ୍ୟମନ୍ତ୍ରୀ ସୁଖୁ ଇସ୍ତଫା ଦେବା ଖବର ସାମ୍ନାକୁ ଆସିଥିଲା ।

ପ୍ରିୟଙ୍କା ଗାନ୍ଧୀ ଘଟଣାକୁ ନେଇ ଟ୍ୱିଟ କରି ଲେଖିଛନ୍ତି ହିମାଚଳରେ ୨୫ ବିଧାୟକ ନେଇ ଥିବା ବିଜେପି, ୪୩ ବିଧାୟକଙ୍କ ବହୁମତ ଥିବା କଂଗ୍ରେସକୁ ଚ୍ୟାଲେଞ୍ଜ କରୁଛି ।

ଏପଟେ ଆଜି ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ସରକାରର ମନ୍ତ୍ରୀପଦରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି ବିକ୍ରମାଦିତ୍ୟ  ସିଂ । ଏହାରି ଭିତରେ ୧୫ ବିଜେପି ବିଧାୟକଙ୍କୁ ବିଧାନସଭାରୁ ବାଚସ୍ପତି ସସପେଣ୍ଡ କରି ଦେଇଛନ୍ତି । ଏଥିରେ ଜୟରାମ ଠାକୁର ମଧ୍ୟ ସାମିଲ ଅଛନ୍ତି । ବିଧାନସଭାରୁ ବିଜେପି ମେମ୍ବସଙ୍କୁ ବାହାର କରିବାକୁ ମାର୍ଶାଲଙ୍କୁ ଡକାଯିବା ଘଟଣାକୁ ନେଇ ହଙ୍ଗାମା ଦେଇଥିଲା । ସେପଟେ କଂଗ୍ରେସ ହାଇକମାଣ୍ଡ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ୬ ବିଧାୟକଙ୍କୁ ନୋଟିସ ପଠାଇଛନ୍ତି ।  ୭ ଦିନ ଭିତରେ ଉତର ରଖିବାକୁ କହିଛନ୍ତି ।

 

Leave A Reply

Your email address will not be published.