Latest Odisha News

ମୟୂରଭଞ୍ଜରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଖିଚିଂ ଯାଇ ମା’ କିଚକେଶ୍ୱରୀଙ୍କୁ ଦର୍ଶନ କରିବେ

ଭୁବନେଶ୍ବର: ଓଡିଶା ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମେ ନୂଆଦିଲ୍ଲୀ ରୁ ରାଞ୍ଚି ବିମାନ ବନ୍ଦରରେ ପହଁଚିବା ପରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ମୟୂରଭଞ୍ଜରେ ପହଁଚିଛନ୍ତି ରାଷ୍ଟପ୍ରତି । ସେଠାରୁ ସିଧାସଳଖ ଖିଚିଂ ଯିବେ ରାଷ୍ଟ୍ରପତି । ଖିଚିଂରେ ମହାମହିମ ଙ୍କୁ ସ୍ୱାଗତ କରିବାକୁ ବ୍ୟାପକ ପ୍ରସ୍ତୁତ କରାଯାଇଛି ।

ଏହାପରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଖିଚିଂରେ ମା’ କିଚକେଶ୍ୱରୀଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ମା’ କିଚକେଶ୍ୱରୀଙ୍କ ମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରସାଦ ସେବନର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ପରେ ରାଇରଙ୍ଗପୁର ଦାଣ୍ଡପୋଷ ଯାଇ କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ବରେ ନିର୍ମାଣ ହେବାକୁ ଥିବା ହଲିଡେ ହୋମର ଭିତ୍ତିପ୍ରସ୍ଥର ସ୍ଥାପନ ସହିତ ଭିସି ଜରିଆରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ସଂଧ୍ୟାରେ ରାଇରଙ୍ଗପୁର ମହୁଲଡିହା ସ୍ଥିତ ନିଜ ବାସଭବନକୁ ଯିବା ସହିତ ନିଜ ପରିବାର ଓ ସମ୍ପର୍କୀୟଙ୍କ ସହ ରାତ୍ରୀଭୋଜନ କରିବା ସହ ରାତି କାଟିବେ ରାଷ୍ଟ୍ରପତି । ମୟୂରଭଞ୍ଜ ଜିଲ୍ଲା ଗସ୍ତ ସମୟରେ ଏହାକୁ ମିଶାଇ ରାଷ୍ଟ୍ରପତିଙ୍କର ଏହା ତୃତୀୟ ଗସ୍ତ ହେବ ।

Leave A Reply

Your email address will not be published.