Latest Odisha News

BREAKING NEWS

ହିମାଚଳପ୍ରଦେଶ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କ ଗାଡି ହାଇଦ୍ରାବାଦ ନିକଟରେ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ

ତେଲଙ୍ଗାନା: ହିମାଚଳପ୍ରଦେଶ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କ କାର ଆଜି ସକାଳେ ହାଇଦ୍ରାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସେ ଏକ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ହାଇଦ୍ରାବାଦରୁ ନାଲଗୋଣ୍ଡା ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ତେବେ କାରରେ ଦତ୍ତାତ୍ରେୟଙ୍କ ସହ ରହିଥିବା କୌଣସି ବ୍ୟକ୍ତି କାହାର କିଛି କ୍ଷତି ହୋଇନାହିଁ । ବନ୍ଦାରୁ ଦତ୍ତୋତ୍ରୟଙ୍କ ଘର ତେଲେଙ୍ଗାନାରେ ହୋଇଥିବା ବେଳେ ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପୂର୍ବରୁ ସେ ରାଜନୀତିରେ ସକ୍ରିୟ ଥିଲେ ।  ସେ ସିକନ୍ଦରାବାଦ ନିର୍ବାଚନ ମଣ୍ଡଳୀରୁ ତିନିଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । କେନ୍ଦ୍ର ସରକାରରେ ମନ୍ତ୍ରୀ ପଦରେ ମଧ୍ୟ ରହିଥିଲେ ।

Leave A Reply

Your email address will not be published.