Latest Odisha News

BREAKING NEWS

ହିନ୍ଦୁସ୍ତାନୀ ଭାଉ; ସୋସିଆଲ ମିଡିଆରୁ ଆଉଟ୍‌, ବଲିଉଡରେ ଇନ୍ !

ମୁମ୍ବାଇ: ସୋସିଆଲ ମିଡିଆରେ ବ୍ୟାନ୍ ହେବା ପରେ ଆଉ ଶୁଣିବାକୁ କି ଦେଖିବାକୁ ମିଳୁନି ହିନ୍ଦୁସ୍ତାନୀ ଭାଉଙ୍କ ତାଜା ଅପଡେଟ୍ସ । ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଣ୍ଟିଥିବା ହିନ୍ଦୁସ୍ତାନୀ ଭାଉ ଦିନେ ବିଗ୍‌ବସ୍‌ରେ ବି ଣ୍ଣ୍ଟଷ୍ଟାନ୍ଟ ସାଜିଥିଲେ । ତେବେ ସୋସିଆଲ ମିଡିଆରୁ ବ୍ୟାନ ହେବା ପରେ ସେ ଏବେ ଏକ ନୂଆ ଅବତାରରେ ନଜର ଆସିବେ । କାହିଁକି ନା ବଲିଉଡରେ ମିଳିଛି ତାଙ୍କୁ ଏକାଧିକ ଅଫର ।

ଗୋଟିଏ କି ଦୁଇଟି ନୁହେଁ ବରଂ ୫ଟି ଭିଡିଓ ସଙ୍ଗ, ୨ଟି ୱେବ୍ ସିରିଜ୍ ଓ ୨ଟି ଫିଲ୍ମ ପାଇଁ ହିନ୍ଦୁସ୍ତାନୀ ଭାଉ ସାଇନ୍ କରିଛନ୍ତି । ରିପୋର୍ଟ ଅନୁଯାୟୀ ସମସ୍ତ ପ୍ରୋଜେକ୍ଟରେ ତାଙ୍କୁ ରାଉଡି କିର୍ଦାରରେ ଦେଖିବାକୁ ମିଳିବ । ଡାଇଲଗ ଡେଲିଭରି ଓ ଅଭିନୟ ତାଙ୍କୁ ଜଣାନଥିଲେ ବି ବଲିଉଡରେ ନୂଆ ଇନିଂସକୁ ନେଇ ହିନ୍ଦୁସ୍ତାନୀ ଭାଉ ଖୁବ ଆଶାୟୀ ଅଛନ୍ତି ।

ନିଜ ଫ୍ୟାନମାନଙ୍କୁ ମିସ୍ କରୁଥିବା ହିନ୍ଦୁସ୍ତାନୀ ଭାଉ ନିକଟରେ ଏକ ଏଣ୍ଟରଟେନମେଣ୍ଟ ପୋର୍ଟାଲ ସହ ଅନ୍‌ଲାଇନ୍ ଇନ୍ଟରଭ୍ୟୁରେ ନଜର ଆସିଥିଲେ । ଏହି ଅବସରରେ ସେ ନିଜ ଫ୍ୟାନମାନଙ୍କୁ ବଲିଉଡରେ ଏଣ୍ଟ୍ରୀ କରୁଥିବା ଖବର ସେୟାର କରିଥିଲେ । ତେବେ ଦେଖାଯାଉ ବିବାଦୀୟ ହିନ୍ଦୁସ୍ତାନୀ ଭାଉଙ୍କୁ ଲୋକେ ବଡ ପରଦାରେ କିଭଳି ଗ୍ରହଣ କରିବେ ।

Leave A Reply

Your email address will not be published.