Latest Odisha News

BREAKING NEWS

ଖୋଲିବ ଫିଲ୍ମ ହଲ୍‌, ହେଲେ କେଉଁ ଫିଲ୍ମ ହେବ ପ୍ରଥମେ ରିଲିଜ ?

ମୁମ୍ବାଇ: ମକବୁଲ୍ ଖାନଙ୍କ ଫିଲ୍ମ ଖାଲି ପିଲି । ଲିଡ୍ ରୋଲ୍‌ରେ ଥିଲେ ଇଶାନ ଖଟ୍ଟର ଓ ଅନନ୍ୟା ପାଣ୍ଡେ । ଫିଲ୍ମ ହଲ୍ ଖୋଲିବା ମାତ୍ରେ ଏହି ଫିଲ୍ମଟି ପ୍ରଥମେ ରିଲିଜ ହେବ । ଫିଲ୍ମଟି ଜି ପ୍ଲେକ୍ସରେ ପେ ପର୍ ଭ୍ୟୁ ଅପ୍ସନ୍‌ରେ ଅକ୍ଟୋବର ୨’ରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲା । ଅକ୍ଟୋବର ୧୫’ରେ ସମସ୍ତ ସିନେମା ହଲ ଖୋଲିବାକୁ ଥିବାବେଳେ ୧୬’ରେ ଏହି ଫିଲ୍ମଟି ପୁନର୍ବାର ରିଲିଜ ହେବ ।

ଓଟିଟି ପ୍ଲାଟଫର୍ମ ଛଡା ଗୁରୁଗ୍ରାମ ଓ ବେଙ୍ଗାଳୁରୁରେ ଡ୍ରାଇଭ ଇନ୍ ଥିଏଟରରେ ଫିଲ୍ମଟି ସ୍କ୍ରିନିଂ ହୋଇଥିଲା । କରୋନା ସ୍ଥିତି ସତ୍ତ୍ୱେ କାର ପିଛା ଟିକଟ ୯୯୯ ଟଙ୍କା ରହିଥିଲା । ଫିଲ୍ମ ଖାଲି ପିଲି ଛଡା ତାମିଲ ପଲିଟିକାଲ ଡ୍ରାମା କା ପେ ରଣସିଙ୍ଗମ ମଧ୍ୟ ଗୋଟିଏ ଦିନରେ ରିଲିଜ ହେବ ।

ଥିଏଟର ଖୋଲିବା ମାତ୍ରେ କେବଳ ବଲିଉଡ ଫିଲ୍ମ ନୁହେଁ ବରଂ କିଛି ହଲିଉଡ ଫ୍ଲିକ୍ ବି ରିଲିଜ୍ ତାଲିକାରେ ରହିଛି । ମାଇଁ ସ୍ପାୟ, ଫୋର୍ସ ଅଫ୍ ନେଚର୍ ଓ ଦ ରେଣ୍ଟାଲ ଭଳି ମୁଭି ଭାରତରେ ରିଲିଜ ହେବ । ଅକ୍ଟୋବର ୧୬’ରେ ମାଇଁ ଫୋର୍ସ ରିଲିଜ ହେବାକୁ ଥିବାବେଳେ ଅନ୍ୟ ଦୁଇଟି ଫିଲ୍ମ ୨୩ ଓ ୩୦ରେ ଦର୍ଶକଙ୍କ ସାମ୍ନାକୁ ଆସିବ ।

Leave A Reply

Your email address will not be published.