Latest Odisha News

BREAKING NEWS

ପ୍ରଥମ ପୋଷ୍ଟପାର୍ଟମ ମେଡିସିନକୁ ମିଳିଲା ଅନୁମୋଦନ; ଦୂର ହେବ ପ୍ରସବ ପରର ଅବସାଦ

ନୂଆଦିଲ୍ଲୀ:  ଗର୍ଭାବସ୍ଥା କିମ୍ବା ପ୍ରସବ ପରର ଅବସାଦକୁ ଦୂର କରିବାର ପ୍ରଥମ ଔଷଧକୁ ଅନୁମୋଦନ ମିଳିଛି । ଆମେରିକାର ଏକ ନାମିଦାମୀ କମ୍ପାନୀ ଏହାକୁ ପ୍ରସ୍ତୁତ କରିଛି । ମାତୃତ୍ବ ଜଣେ ମହିଳା ପାଇଁ ସୌଭାଗ୍ୟର ବିଷୟ । କିନ୍ତୁ ଗର୍ଭାବସ୍ଥା ଅବଧି ସମୟ କିମ୍ବା ପ୍ରସବ ପରେ ଅଧିକାଂଶ ମହିଳା ମାନସିକ ଅବସାଦର ଶିକାର ହୋଇଥାନ୍ତି।

ଆମେରିକାରେ ପ୍ରତିବର୍ଷ ହଜାରେରୁ ଅଧିକ ମହିଳା ଏହାର ଶିକାର ହେଉଛନ୍ତି । ଖାଲି ଆମେରିକ ନୁହେଁ, ସବୁଦେଶରେ ମହିଳା ପ୍ରସବ ପରେ ଏ ପ୍ରକାର ସମସ୍ୟାକୁ ସମ୍ମୁଖୀନ କରିଥାନ୍ତି । ବର୍ତ୍ତମାନ କିନ୍ତୁ ଏଭଳି ସମସ୍ୟାରୁ ମହିଳା ମାନଙ୍କୁ ମୁକ୍ତି ମିଳିବ । ଆମେରିକାରେ ପ୍ରଥମ ପ୍ରସବ ପରବର୍ତ୍ତୀ ଅବସାଦ ମେଡିସିନକୁ ଅନୁମୋଦନ ମିଳିଛି । ଏହା ଗର୍ଭାବସ୍ଥା କିମ୍ବା ପ୍ରସବ ପରର ଅବସାଦକୁ ଦୂର କରିବାରେ ସହାୟକ ହେବ । ଗବେଷକଙ୍କ କହିବା ଅନୁଯାୟୀ, ଅନୁମୋଦନ ମିଳିବାର ୯୦ ଦିନ ପରେ ଏହା ବଜାରରେ ଉପଲବ୍ଧ ହେବାର ସମ୍ଭାବନା ରହିଛି ।

ଏଆମେରିକାର ଫେଡେରାଲ ସ୍ବାସ୍ଥ୍ୟ ଅଧିକାରୀ ମାନେ ଏହି ମେଡିସିନକୁ ଅନୁମୋଦନ ଦେଇଛନ୍ତି । ଏହି ଔଷଧର ନାଁ ଜୁର୍ଜୁଭା ରଖାଯାଇଛି । ଏହି ଔଷଧ ଦିନକୁ ଥରେ  ନିୟମିତ ୧୪ ଦିନ ପର୍ଯ୍ୟନ୍ତ ସେବନ କଲେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ।

Leave A Reply

Your email address will not be published.