Latest Odisha News

BREAKING NEWS

ନବୀନ: ଜଣେ ହାରି ନ ଥିବା ଚାଷୀର ନାଁ

ଭୁବନେଶ୍ୱର : ଦିନ ଥିଲା, ଚାଷ ସିନା କରୁଥିଲେ କିନ୍ତୁ ସଫଳ ଚାଷୀ ହୋଇପାରି ନ ଥିଲେ । ଧାନ କେଣ୍ଡା ବିଲରେ ହସିଲା ବେଳକୁ ରୋଗ ପୋକ ଦାଉ ସାଜୁଥିଲା । କେତେବେଳେ ପତ୍ର ମୋଡା ରୋଗ ତ କେତେବେଳେ କାଣ୍ଡବିନ୍ଧା । ଏମିତିକି ସେଥିରେ କି ସାର ପ୍ରୟୋଗ କରିବେ ସେ ନେଇ ମଧ୍ୟ ଧାରଣା ନ ଥିଲା । କିନ୍ତୁ ରିଲାଏନ୍ସ ଫାଉଣ୍ଡେସନର ପରାମର୍ଶ ବରଗଡର ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଚିଚିନ୍ଦ୍ରା ଗାଁର ଚାଷୀ ନବୀନ ମେଣ୍ଡୋଲିଙ୍କୁ ସଫଳ ଚାଷୀ ରୂପେ ଗଢି ତୋଳିଛି ।

ନବୀନଙ୍କର ସାତ ଏକର ଜମିରୁ ୬ ଏକରରେ ସେ ଉଭୟ ଖରିଫ ଓ ରବି ଋତୁରେ ଧାନ ଚାଷ କରନ୍ତି । ଆଉ ଏକରେ ମଧ୍ୟରୁ ତିନି ଭାଗରେ ମାଛ ଚାଷ, ଆଉ ବାକି ଜମିରେ ପରିବାର ପାଇଁ ବିଭିନ୍ନ ପ୍ରକାର ପନିପରିବା ଚାଷ କରିଥାନ୍ତି । ଏ ମଧ୍ୟରେ ରହିଛି ପୋଟଳ, ବାଇଗଣ, କୁନ୍ଦୁରି, ମୂଳା, କଲରା ଇତ୍ୟାଦିି ।

୨୦୧୮ ଯାଏଁ ନବୀନ ଧାନ ଚାଷରେ କ୍ଷତି ସହୁଥିଲେ । ବର୍ଷ ତମାମ ପରିଶ୍ରମ କରୁଥିଲେ ମଧ୍ୟ ଶେଷ ବେଳକୁ ସେପରି କିଛି ଲାଭ ହେଉ ନ ଥିଲା । ଯାହାକୁ ନେଇ ସେ ଚିନ୍ତିତ ଥିଲେ । ଜଣେ ବନ୍ଧୁଙ୍କ ସହାୟତାରେ ରିଲାଏନ୍ସ ଫାଉଣ୍ଡେସନ ସମ୍ପର୍କରେ ଅବଗତ ହେଲେ । ଏହା ପରେ ସମ୍ପର୍କ କରି ବିଶେଷଜ୍ଞଙ୍କଠାରୁ ଟୋଲ ଫ୍ରି ନମ୍ବର ୧୮୦୦ ୪୧୯ ୮୮୦୦ ରେ ଫୋନ କରି ଚାଷ ସମ୍ବନ୍ଧୀୟ ପରାମର୍ଶ ନେଲେ । କେତେବେଳେ କେଉଁ ଧାନର ବିହନ ବୁଣା ହେବ, ଉନ୍ନତମାନର ବିହନ କିପରି ବାଛିବେ, ରୋଗ ପୋକ ଦମନ, ସାର ପ୍ରୟୋଗ ସମ୍ପର୍କରେ ସେ ଜାଣିପାରିଲେ ।

ଗତ ରବିୠତୁରେ ତାଙ୍କ ଜମିରେ ରୋଗ ପୋକ ଲାଗିଲେ । ଧୀରେ ଧୀରେ ଏହି ରୋଗ ପୋକ ତିନି ଏକର ଜମିକୁ ବ୍ୟାପିଗଲା । ଏହି ଘଡିସନ୍ଧି ମୂହୁର୍ତ୍ତରେ ସେ ପୁଣି ରିଲାଏନ୍ସ ଫାଉଣ୍ଡେସନର ସହାୟତା ଲୋଡିଲେ । ଟୋଲ ଫ୍ରି ନମ୍ବରରେ କଲ କରି କଥା ହେଲେ । ବିଶେଷଜ୍ଞଙ୍କ କହିବାନୁଯାୟୀ ଜମିରେ ମଡାଇଥିବା ପାଣିକୁ ନିଷ୍କାସନ କରି ଗଛ ମୂଳରେ ଔଷଧ ପ୍ରୟୋଗ କଲେ । ଧୀରେ ଧୀରେ ପୋକ ଛାଡିଗଲା । ସେ ୩୦୦ ବସ୍ତା ଧାନ ଅମଳ କଲେ । ସେଥିରୁ ପାଖାପାଖି ୨୨୫ କ୍ୱିଣ୍ଟାଲ ଧାନକୁ କ୍ୱିଣ୍ଟାଲ ପିଛା ୧୮୧୦ ଟଙ୍କାରେ ବିକ୍ରି କରି ସେ ୪ ଲକ୍ଷ ୭ ହଜାର ୨୫୦ ଟଙ୍କା ପାଇଛନ୍ତି ।

କେବଳ ଧାନ ଚାଷ ନୁହେଁ ନବୀନ ମାଛ ଚାଷ ମଧ୍ୟ କରନ୍ତି । ଆଉ ଏବେ ଜଣେ ସଫଳ ଚାଷୀ ଭାବେ ସେ ଆଖ ପାଖ ଅଂଚଳରେ ବେଶ୍ ନାଁ କରିଛନ୍ତି । ଏପରିକି ଅନ୍ୟ ଚାଷୀ ଭାଇ ମାନେ ମଧ୍ୟ ତାଙ୍କର ସହାୟତା ଲୋଡୁଛନ୍ତି ।

Leave A Reply

Your email address will not be published.