Latest Odisha News

BREAKING NEWS

କେବେ ପଡୁଛି ହୋଲି, କିପରି କରିବେ ହୋଲିକା ଦହନ

ଭୁବନେଶ୍ଵର: ହିନ୍ଦୁ ଧର୍ମ ଅନୁସାରେ ହୋଲି ପର୍ବର ବିଶେଷ ମହତ୍ତ୍ୱ ରହିଛି । ଏହି ପର୍ବ ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ । କିନ୍ତୁ ହୋଲିର ଗୋଟିଏ ଦିନ ପୂର୍ବରୁ ହୋଲିକା ଦହନ ହୋଇଥାଏ । ଏହାକୁ ଛୋଟ ହୋଲି ମଧ୍ୟ କୁହାଯାଏ । ଏହି ଦିନ, ସୂର୍ଯ୍ୟାସ୍ତ ପରେ ହୋଲିକାଙ୍କୁ ପୂଜା କରାଯାଇ ଶେଷରେ ପୋଡି ଦିଆଯାଏ । ଏହାର ପରଦିନ ଅଭିର ସହ ଖେଳାଯାଏ ହୋଲି ।

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଫାଲଗୁନ୍ ମାସର ପୂର୍ଣ୍ଣିମା ମାର୍ଚ୍ଚ ୨୪ ତାରିଖ ସକାଳ ୯:୫୪ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୫ ତାରିଖ ରାତି ୧୨:୨୯ ରେ ଶେଷ ହେବ। ଏପରି ପରିସ୍ଥିତିରେ ମାର୍ଚ୍ଚ ୨୪ ତାରିଖ ଅର୍ଥାତ୍ ରବିବାର ଦିନ ହୋଲିକା ଦହନ କରାଯିବ। ହୋଲିକା ଦହନର ଶୁଭ ସମୟ ରାତି ୧୧:୧୩ ରୁ ୧୨:୨୭ ପର୍ଯ୍ୟନ୍ତ ରହିଛି । ପରଦିନ ଅର୍ଥାତ୍ ମାର୍ଚ୍ଚ ୨୫ତାରିଖ ସୋମବାର ଦିନ ରଙ୍ଗର ପର୍ବ ହୋଲି ଖେଳାଯିବ ।

ବସନ୍ତ ଋତୁର ଆଗମନକୁ ସ୍ୱାଗତ କରିବା ପାଇଁ ହୋଲି ପାଳନ କରାଯାଏ | ଭାରତର କେତେକ ଅଞ୍ଚଳରେ ହୋଲି ପର୍ବ ବିଭିନ୍ନ ଉପାୟରେ ପାଳନ କରାଯାଏ | ମଧ୍ୟପ୍ରଦେଶର ମାଲୱା ଅଞ୍ଚଳରେ ହୋଲିର ପଞ୍ଚମ ଦିନରେ ରଙ୍ଗପଞ୍ଚମୀ ପାଳନ କରାଯାଏ । ସେହିପରି ବ୍ରଜ କ୍ଷେତ୍ରରେ ହୋଲି ଧୁମଧାମରେ ପାଳନ କରାଯାଏ । ବରସାନାର ଲାଠମାର ହୋଲି ବହୁତ ପ୍ରସିଦ୍ଧ । ମଥୁରା ଏବଂ ବୃନ୍ଦାବନରେ ଦୀର୍ଘ ୧୫ଦିନ ପର୍ଯ୍ୟନ୍ତ ହୋଲି ଉତ୍ସବ ପାଳନ କରାଯାଏ । ମହାରାଷ୍ଟ୍ରରେ ରଙ୍ଗପଞ୍ଚମୀ ଦିନ ହୋଲି ଶୁଖିଲା ଅଭିରରେ ହୋଲି ଖେଳାଯାଏ | ହରିୟାଣାରେ ଏହି ପର୍ବକୁ ଧୁଲଣ୍ଡି କୁହାଯାଏ । ସେହିପରି ଦକ୍ଷିଣ ଗୁଜରାଟର ଆଦିବାସୀମାନଙ୍କ ପାଇଁ ହୋଲି ହେଉଛି ସବୁଠାରୁ ବଡ ପର୍ବ |

ସେପଟେ ହୋଲି ପୂର୍ବଦିନ ଅର୍ଥାତ୍ ହୋଲିକା ଦହନ ପାଇଁ ପ୍ରସ୍ତୁତି ପ୍ରାୟ ଏକ ସପ୍ତାହ ପୂର୍ବରୁ ଆରମ୍ଭ ହୋଇଥାଏ । ହୋଲିକା ପୂଜା ପାଇଁ ଗାଇ ଗୋବରରୁ ହୋଲିକା ଏବଂ ପ୍ରହଲ୍ଲାଦଙ୍କ ମୂର୍ତ୍ତି ପ୍ରସ୍ତୁତ କରାଯାଏ। ଏହି ସମୟରେ ପୂଜାରେ ଚାଉଳ, ଫୁଲ ମାଳ, କପା, ଫୁଲ, ହଳଦୀ, ମୁଗ, ଅଭିର, ନଡ଼ିଆ, ଛଣ ଭଳି ଜିନିଷ ପୂଜାରେ ଅନ୍ତର୍ଭୁକ୍ତ କରାଯାଏ । ପୂଜା ପରେ ହୋଲିକା ଚାରିପଟେ ପରିକ୍ରମା କରାଯାଏ ।

Leave A Reply

Your email address will not be published.