Latest Odisha News

BREAKING NEWS

ଭାରତର ଏହି ଗାଁର ଲୋକେ କୁହନ୍ତି ପର୍ତ୍ତୁଗିଜ୍‌ ଭାଷା !

ଭୁବନେଶ୍ୱର: ଆମ ଦେଶ ଭାରତ ଏହାର ଏକତା ପାଇଁ ସବୁଠି ଉଚ୍ଚ ପ୍ରଶଂସିତ । ଏହା ଏମିତି ଏକ ଦେଶ ଯେଉଁଠି ସବୁଧର୍ମ ଓ ବହୁ ଭାଷାଭାଷୀର ଲୋକେ ବସବାସ କରନ୍ତି।

ତେବେ ଏସବୁ ଭିତରେ ମହାରାଷ୍ଟ୍ର ରାଜ୍ୟର ରାଇଗଡର କୋରଲାଇ ଗାଁ ଟିକିଏ ନିଆରା। ଏଠାରେ ବସବାସ କରୁଥିବା ଲୋକମାନେ ଭାରତୀୟ ହୋଇଥିଲେ ସୁଦ୍ଧା କହନ୍ତି ପର୍ତ୍ତୁଗିଜ୍‌ ଭାଷାରେ । କଥାଟା ଟିକିଏ ଅଡ଼ୁଆ ଲାଗୁଥିଲେ ବି ସତ।

ଏଠାକାର ଜନସଂଖ୍ୟାରଅଧିକାଂଶ ଲୋକ ପ୍ରାୟ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର ଅଟନ୍ତି। ଏହା ଗୋଆ ଓ ଦାମନ ମଧ୍ୟ ଭାଗରେ ଅବସ୍ଥିତ। ବହୁବର୍ଷ ପୁରୁଣା ଏକ ପର୍ତ୍ତୁଗିଜ ଫୋର୍ଟର ଭଗ୍ନାବଶେଷ ଏଠାରେ ଏବେବି ଦେଖିବାକୁ ମିଳିଥାଏ।

ଇତିହାସ କହେ ପ୍ରାୟ ବିଂଶ ଶତାବ୍ଦୀ ବେଳକୁ ଏଠାରେ ଥିବା ମରାଠା ଓ ମୁସଲମାନମାନେ ଏଠାରୁ ଅଲଗା ହୋଇଯାଇଥିଲେ। ତେଣୁ ବାକି ରହିଯାଇଥିବା ପର୍ତ୍ତୁଗିଜ୍‌ମାନଙ୍କର ବଂଶ ବୃଦ୍ଧି ପରେ ଏମାନେ ଆଉ ଅନ୍ୟ ଭାଷାରେ କଥା ନ ହୋଇ କେବଳ ପର୍ତ୍ତୁଗିଜ୍‌ ଭାଷାରେ କଥା ହୋଇଥିଲେ।

ସେବେଠାରୁ ଏଠାରେ ଏହି ଭାଷା ପ୍ରଚଳିତ ହୋଇ ଆସୁଛି ବୋଲି କୁହାଯାଏ।

Leave A Reply

Your email address will not be published.